www.samajalive.in
Monday, December 15, 2025
26.1 C
Bhubaneswar

ଜାଣନ୍ତୁ, ସିନ୍ଦୁରର ଲଗାଇବାର ବୈଜ୍ଞାନିକ କାରଣ

ଆଧୁନିକ ଯୁଗ ଓ ବ୍ୟସ୍ତବହୁଳ ଜୀବନରେ ବିବାହିତ ମହିଳାମାନେ ସିନ୍ଦୁର ଲଗାଇବାକୁ ଦୂରେଇ ଦେଉଛନ୍ତି। କିନ୍ତୁ ମଥାରେ ସିନ୍ଦୁର ଲଗାଇବା ଦ୍ବାରା ସ୍ବାମୀଙ୍କ ଆୟୁଷ ବୃଦ୍ଧି ହେବା ସହ ପାରିବାରିକ ସମ୍ପର୍କ ଭଲ ରହିଥାଏ। ସିନ୍ଦୁର ଲଗାଇବା ଜୀବନରେ ଅନେକ ମହତ୍ତ୍ବ ରଖିଥାଏ। ମହିଳାମାନେ ମଥାରେ ସିନ୍ଦୁର ଲଗାଇବା ଦ୍ବାରା ଭାଗ୍ୟ ଉଜ୍ବଳ ହୋଇଥାଏ। ଆସନ୍ତୁ ଜାଣିବା ସିନ୍ଦୁର ଲଗାଇବାର ମହତ୍ତ୍ବ ସମ୍ବନ୍ଧରେ:
ମଥାର ଏଠାରେ ସିନ୍ଦୁର ଲଗାନ୍ତୁ:
ମାନ୍ୟତା ଅନୁସାରେ ସ୍ତ୍ରୀମାନେ‌ ମଥାର ମଧ୍ୟ ଭାଗରେ ସିନ୍ଦୁର ଲଗାଇବା ଉଚିତ। ଏପରି କରିବା ଦ୍ବାରା ସ୍ବାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ। ମଥାର ମଧ୍ୟ ଭାଗରେ ସିନ୍ଦୁର ନ ଲଗାଇ ଅନ୍ୟ ସ୍ଥାନରେ ଲଗାଇବା ଦ୍ବାରା ଦାମ୍ପତ୍ୟ ଜୀବନରେ ଅନେକ ବାଧା ସୃଷ୍ଟି ହୋଇଥାଏ।
ଲୁଚାଇ ଲଗାନ୍ତୁ ନାହିଁ:
ଧର୍ମ ଅନୁସାରେ ଯେଉଁ ସ୍ତ୍ରୀ ଲୁଚାଇ ସିନ୍ଦୁର ଲଗାଇଥାଏ, ତାଙ୍କ ସ୍ବାମୀଙ୍କ ମାନ-ସମ୍ମାନ ପ୍ରାପ୍ତିରେ ବିଳମ୍ବ ହୋଇଥାଏ। ତେଣୁ ସର୍ବଦା ସିନ୍ଦୁର ଲଗାଇବା ବେଳେ ଖୋଲାରେ ଲଗାଇବା ଉଚିତ। ଏବଂ ମଥାର ମଧ୍ୟ ଭାଗରେ ଲମ୍ବା ଭାବେ ସିନ୍ଦୁର ଲଗାନ୍ତୁ।
ମହିଳାଙ୍କ ଷୋହଳଟି ଶୃଙ୍ଗାର ମଧ୍ୟରୁ ସିନ୍ଦୁରକୁ ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଦିଆଯାଇଛି। ସିନ୍ଦୁର ଲଗାଇବା ଦ୍ବାରା ମହିଳାମାନେ ସୁସ୍ଥ ରହିଥାନ୍ତି। ଏବଂ ସୁନ୍ଦର ମଧ୍ୟ ଦେଖା ଯାଇଥାନ୍ତି। ସିନ୍ଦୁର ବିନା କୌଣସି ବିବାହ ସମ୍ପନ୍ନ ହୋଇ ନଥାଏ।
ସିନ୍ଦୁରର ଲଗାଇବାର ବୈଜ୍ଞାନିକ କାରଣ:
ସିନ୍ଦୁର ଲଗାଇବାର ଅନେକ ବୈଜ୍ଞାନିକ କାରଣ ରହିଛି। ଜଣେ ଝିଅ ବିବାହ କଲା ପରେ ତା ଉପରେ ଅନେକ ଦାୟିତ୍ବ ଆସିଥାଏ। ଯେଉଁ କାରଣରୁ ଅନେକ ସମୟରେ ଚିନ୍ତିତ ରହିଥାଏ। ଯାହା କାରଣରୁ ମୁଣ୍ଡ ବିନ୍ଧା, ଅନିନ୍ଦ୍ରା ପରି ଅନେକ ସମସ୍ୟା ଦେଖା ଦେଇଥାଏ। କୁହାଯାଇଥାଏ ଯେ, ଏହି ସମସ୍ୟା ଠାରୁ ବଞ୍ଚିବା ପାଇଁ ସିନ୍ଦୁର ଲଗାଇବାକୁ ଉପଦେଶ ଦିଆଯାଇଥାଏ। ସିନ୍ଦୁର ଲଗାଇବା ଦ୍ବାରା ମୁଣ୍ଡ ଥଣ୍ଡା ରହିଥାଏ। ଏବଂ ଚିନ୍ତାମୁକ୍ତ ରହିବାରେ ସାହାର୍ୟ୍ୟ କରିଥାଏ। ସିନ୍ଦୁର ଲଗାଇବା ଦ୍ବାରା ମନ ଶାନ୍ତି ରହିଥାଏ। ଏହାସହ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories