ନୂଆଦିଲ୍ଲୀ : ’ମେକ ଇନ ଓଡ଼ିଶା’ କନକ୍ଲେଭ – ୨୦୧୮ରେ ଯୋଗଦେବା ପାଇଁ ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆଦିଲ୍ଲୀଠାରେ ନିବେଶକ ସମ୍ମିଳନୀ ଓ ରୋଡ ଶୋ’ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ରାଜ୍ୟର ବିକାଶ, ଖଣିଜ ଦ୍ରବ୍ୟ , ଶିଳ୍ପ ଓ ପ୍ରଯୁକ୍ତିର ବିକାଶର ଲମ୍ବା ତାଲିକା ଉପସ୍ଥାପନ କରିଛନ୍ତି। ଜଗନ୍ନାଥଙ୍କ ରାଜ୍ୟରେ ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରିତ କରି ରାଜ୍ୟର ବ୍ୟାପକ ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦେଶର ୫୪ ପ୍ରତିଶତ ଆଲୁମିନିୟମ ଓଡ଼ିଶାରେ ପ୍ରସ୍ତୁତ ହେଉଥିବାବେଳେ ଲୁହାପଥର ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ସୂଚନା ଦେଇଥିଲେ। ଦୀର୍ଘ ୧୭ବର୍ଷର ଶାସନ କାଳରେ ରାଜ୍ୟର ବିକାଶର ଦ୍ୱାହି ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବନ୍ଦର ଓ ସଡ଼କ ପଥର ବିକାଶ ସମ୍ପର୍କରେ ମଧ୍ୟ ପୁଞ୍ଜିନିବେଶକାରୀଙ୍କୁ ସୂଚନା ଦେଇଥିଲେ। ସେହିପରି ପୁଞ୍ଜିନିବେଶକାରୀଙ୍କ ନିମନ୍ତେ ଓଡ଼ିଶା ସ୍ୱତନ୍ତ୍ର ପୋଟାଲ ନିର୍ମାଣ କରି ସେମାନଙ୍କ ଆବେଦନକୁ ସିଙ୍ଗିଲ ୱିଣ୍ଡୋ ଦ୍ୱାରା ସମାଧାନ କରିବା ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ।
ମଙ୍ଗଳବାର ନୂଆଦିଲ୍ଲୀଠାରେ ଫେଡ଼ରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକି) ଓ ଓଡ଼ିଶା ସରକାରଙ୍କ ମିଳିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥ୍ରି-ଟି ପର୍ଯ୍ୟାୟରେ ବିକାଶ ହେଉଛି ବୋଲି ସୂଚନା ଦେଇଥିଲେ। ଟିମୱାର୍କ, ଟେକ୍ନୋଲୋଜି ଓ ଟ୍ରାନଫାରେନ୍ସି ବ୍ୟବସ୍ଥା ହେତୁ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଉତ୍କୃଷ୍ଟ ବୋଲି ପ୍ରକାଶ କରିଛନ୍ତି।
ପୁଞ୍ଜିନିବେଶକାରୀଙ୍କୁ ଜଗନ୍ନାଥଙ୍କ ରାଜ୍ୟକୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
Popular Categories


