www.samajalive.in
Saturday, December 6, 2025
26.1 C
Bhubaneswar

ଝାରସୁଗୁଡା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଚିଠି

ଭୁବନେଶ୍ବର : ଝାରସୁଗୁଡା ବିମାନ ବନ୍ଦରକୁ  ମହାନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ପତ୍ର ଲେଖିଛନ୍ତି। ଝାରସୁଗୁଡା ବିମାନ ବନ୍ଦର ସେପ୍ଟେମ୍ବର ୨୨ରେ ଉଦଘାଟନ ହେବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ । ଝାରସୁଗୁଡା ପଶ୍ଚିମ ଓଡିଶାର ଶିଳ୍ପ  ଓ ଖଣିଜ ଅଞ୍ଚଳରେ ଅବସ୍ଥିତ ।ବିମାନ ଚଳାଚଳ ହେବା ଦ୍ବାରା ପଶ୍ଚିମ ଓଡିଶାର ଏହି ସହରର ଗୁରତ୍ବ ଯଥେଷ୍ଟ ବୃଦ୍ଧି ପାଇବ। ତେଣୁ ଝାରସୁଗୁଡା ଦେଇ ବ୍ୟବସାୟିକ ବିମାନ ଚଳାଚଳ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରଭୁଙ୍କୁ ଅନୁରୋଧ କରିଛନ୍ତି। ଭୁବନେଶ୍ବରରୁ ଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ବିମାନକୁ ଝାରସୁଗୁଡା ଦେଇ ଚଳାଚଳ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସେପ୍ଟେମ୍ବର ୨୨ ତାରିଖରେ ଏହି ବିମାନବନ୍ଦର ଉଦଘାଟନ ହେବା ପରେ ଝାରସୁଗୁଡା ସମେତ ପଶ୍ଚିମ ଓଡିଶାର ଆର୍ଥିକ ଅଭିବୃଦ୍ଧି ହେବ। ଏଥିପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି ଓ ସେ ତାହାକୁ ସହୃଦୟତାର ସହିତ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories