www.samajalive.in
Sunday, December 7, 2025
23.1 C
Bhubaneswar

ନିବେଶକ ସମ୍ମିଳନୀର ପ୍ରଭାବ:ଭୁବନେଶ୍ୱରରେ ହେବ କର୍ଲଅନ ମ୍ୟାଟ୍ରେସ ପ୍ଲାଣ୍ଟ

ନୂଆଦିଲ୍ଲୀ: “ମେକ ଇନ ଓଡ଼ିଶା’ ବ୍ୟାନରରେ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶକାରୀଙ୍କୁ ଓଡ଼ିଶାରେ ପୁ୍‍ଞ୍ଜିନିବେଶ ପାଇଁ ଆହ୍ୱାନ କରିବାର କିଛି ଘଣ୍ଟା ମଧ୍ୟରେ ରାଜ୍ୟକୁ ବଡ଼ ଧରଣର ସଫଳତା ମିଳିଛି। ଦେଶର ବହୂଳ ବ୍ୟବହୃତ କର୍ଲଅନ ମ୍ୟାଟ୍ରେସ କମ୍ପାନୀ ଭୁବନେଶ୍ୱରରେ ୬୫୦୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପ୍ଲାଣ୍ଟ ନିର୍ମାଣ କରିବାକୁ ଘୋଷଣା କରିଛି କମ୍ପାନୀର ମୁଖ୍ୟ ମାର୍କେଟିଂ ଅଧିକାରୀ ଆଶୁତୋଷ ବୈଦ୍ୟ। ଏହି ପ୍ଲାଣ୍ଟ ଦିନକୁ ୨୫୦୦ଟି ମ୍ୟାଟ୍ରେସ ପ୍ରସ୍ତୁତ କରିବ। ଏଥିପାଇଁ ରାଜ୍ୟ ସରକାର ଭୁବନେଶ୍ୱର ଉପକଣ୍ଠରେ ୧୯ଏକର ଜାଗା ଯୋଗାଇ ଦେବେ। ପରବର୍ତ୍ତୀ ସମୟରେ ଏହି ପ୍ଲାଣ୍ଟର କ୍ଷମତା ଦିନକୁ ୪୫୦୦ଟି ମ୍ୟାଟ୍ରେସରେ ବୃଦ୍ଧି କରାଯିବ। ଭୁବନେଶ୍ୱରରୁ ନିର୍ମିତ ମ୍ୟାଟ୍ରେସ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବ ଭାରତରେ ବିକ୍ରି ହେବ। ସେହିପରି କମ୍ପାନୀ ଆସାମରେ ମଧ୍ୟ ଏକ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି। ଏହି ପ୍ଲାଣ୍ଟରେ ସୋଫା ଓ ଅନ୍ୟାନ୍ୟ ଆସବାବପତ୍ରର ଗଦି ନିର୍ମାଣ କରିବ କମ୍ପାନୀ। କମ୍ପାନୀ ପକ୍ଷରୁ ସମଗ୍ର ରାଜ୍ୟରେ ୨୦୦ଟି ଷ୍ଟୋର ଖୋଲିବାର ଯୋଜନା ମଧ୍ୟ ରହିଛି। ସେଗୁଡ଼ିକ ମଧ୍ୟରୁ ୧୦୦ଟି କମ୍ପାନୀ ଦ୍ୱାରା ସିଧାସଳଖ ବିକ୍ରି ବ୍ୟବସ୍ଥା କରାଯିବ। ୨୦୨୦ ମଧ୍ୟରେ କମ୍ପାନୀ ରାଜ୍ୟରେ ବ୍ୟାପକ ପୁଞ୍ଜିନିବେଶ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories