www.samajalive.in
Saturday, December 13, 2025
14.1 C
Bhubaneswar

ସିନ୍ଦୁରର ବ୍ୟବହାର ଦ୍ୱାରା ବାସ୍ତୁଦୋଷ ଦୂର କରନ୍ତୁ

ମାନ୍ୟତା ଅନୁସାରେ ବିବାହିତ ନାରୀମାନେ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ପାଇଁ ମଥାରେ ସିନ୍ଦୁର ଲଗାଇଥାନ୍ତି। ଏହା ସହ ସିନ୍ଦୁର ଲଗାଇବା ଦ୍ୱାରା ଘରେ ସୁଖଶାନ୍ତି ବଢିଥାଏ। ସିନ୍ଦୁରର ବ୍ୟବହାର ପୂଜା କାର୍ଯ୍ୟରେ କରାଯାଇଥାଏ। ସିନ୍ଦୁର ବିନା କୌଣସି ପୂଜା କାର୍ଯ୍ୟ ସମ୍ଭବ ହୋଇ ନଥାଏ। ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ପାଇଁ ସିନ୍ଦୁର ଅତ୍ୟନ୍ତ ଆବଶ୍ୟକ..

ପାଞ୍ଚଟି ମଙ୍ଗଳବାର ଓ ଶନିବାରରେ ସିନ୍ଦୁରରେ ତେଲ ମିଶାଇ ହନୁମାନଙ୍କୁ ଚଢାଇବା ଦ୍ୱାରା ସମସ୍ତ ଅସୁବିଧା ଦୂର ହୋଇଥାଏ। ସିନ୍ଦୁର ଅର୍ପଣ କରିବା ପରେ ଗୁଡ ଓ ଚଣାର ପ୍ରସାଦ ବାଣ୍ଟନ୍ତୁ।
ସମାଜରେ ମାନ-ସମ୍ମାନ ପ୍ରତିଷ୍ଠା ପାଇଁ ଗୋଟିଏ ପାନ ପତ୍ରରେ ଫିଟିକିରି ଓ ସିନ୍ଦୁର ବାନ୍ଧି ବୁଧୁବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଏକ ପଥର ତଳେ ଲୁଚାଇ ରଖନ୍ତୁ। ସିନ୍ଦୁର ରଖିବା ପରେ ପଛକୁ ବୁଲି ଅନାନ୍ତୁ ନାହିଁ। ଏପରି ତିନୋଟି ବୁଧବାର କରନ୍ତୁ। ଘରେ ଧନହାନୀ ହେଉଥିଲେ ନଡିଆରେ ସିନ୍ଦୁର ଲଗାଇ ଲାଲ ରଙ୍ଗର କପଡା ବାନ୍ଧି ପୂଜା କରନ୍ତୁ। ସେହି ନଡିଆକୁ ଘରେ ଓ ଦୋକାନରେ ରଖି ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ। ଏପରି କରିବା ଦ୍ୱାରା ଆର୍ଥିକ ଅବସ୍ଥା ଭଲ ହୋଇଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ୱାରରେ ଘିଅରେ ସିନ୍ଦୁର ମିଶାଇ ଲଗାନ୍ତୁ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ। ଏହାଦ୍ୱାରା ବାସ୍ତୁଦୋଷ ମଧ୍ୟ ଦୂର ହୋଇଯାଏ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories