www.samajalive.in
Saturday, December 6, 2025
16.1 C
Bhubaneswar

ଏହି କାର୍ଯ୍ୟରେ ସିନ୍ଦୁରର ବ୍ୟବହାର କରାଯାଏ

ସିନ୍ଦୁରକୁ ବିବାହିତ ମହିଳାଙ୍କର ମୁଖ୍ୟ ଅଳଙ୍କାର କୁହାଯାଏ। ସିନ୍ଦୁର ବିବାହିତ ମହିଳାମାନଙ୍କର ସୁନ୍ଦରତା ବଢାଇଥାଏ। ସିନ୍ଦୁରରେ ଅନେକ ଚତ୍ମକାରୀ ଗୁଣ ରହିଛି। ସିନ୍ଦୁରକୁ କେବଳ ମହିଳା ନୁହେଁ ଦେବାଦେବୀଙ୍କ ପୂଜାରେ ମଧ୍ୟ ବ୍ୟବହାର କରାଯାଇଥାଏ।

ଆସନ୍ତୁ ଜାଣିବା କେଉଁ କେଉଁ କାର୍ଯ୍ୟରେ ସିନ୍ଦୁରର ବ୍ୟବହାର କରାଯାଏ ..

- Advertisement -

ସିନ୍ଦୁରକୁ ମା’ ଦୁର୍ଗାଙ୍କ ମୂର୍ତ୍ତି ନିକଟରେ କିମ୍ବା ଫଟୋରେ ଅର୍ପଣ କରିବା ଉଚିତ। ଏପରି କରିବା ଦ୍ବାରା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଦୂର ହୋଇଥାଏ। ଏବଂ ବୈବାହିକ ଜୀବନରେ ସୁଖଶାନ୍ତି ଆସିଥାଏ।

ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ପ୍ରତିମାରେ ସିନ୍ଦୁର ଲଗାନ୍ତୁ। ସିନ୍ଦୁରରେ ଅଳ୍ପ ଘିଅ ମିଶାଇ ଲଗାଇବା ଉଚିତ। ଏପରି କରିବା ଦ୍ବାର ବ୍ୟକ୍ତି ଜୀବନରେ ଅନେକ ଅସୁବିଧା ଦୂର ହୋଇଥାଏ। ଏହାସହ ବ୍ୟକ୍ତି ମନରୁ ଭୟ ମଧ୍ୟ ଦୂର ହୋଇଥାଏ।

ଘରର ମୁଖ୍ୟଦ୍ବାରରେ ନାରଙ୍ଗୀ ରଙ୍ଗର ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରନ୍ତୁ। ଏପରି କରିବା ଦ୍ବାରା ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ଘରେ ସୁଖଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ।

ମଙ୍ଗଳବାର ଦିନ ହନୁମାନଙ୍କୁ ନାରଙ୍ଗୀ ରଙ୍ଗର ସିନ୍ଦୁର ଅର୍ପଣ କରିବା ଶୁଭ ଅଟେ। ଏପରି କରିବା ଦ୍ବାରା ଗ୍ରହ ଦୋଷ ଦୂର ହୋଇଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories