www.samajalive.in
Monday, December 15, 2025
14.1 C
Bhubaneswar

ଥାଇଲାଣ୍ଡ ଓପନ୍‍ : ସିନ୍ଧୁ ରନର୍ସଅପ୍‍

ବ୍ୟାଙ୍କକ୍‍ : ଭାରତର ପିଭି ସିନ୍ଧୁ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସରେ ରନର୍ସଅପ୍‍ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୪ର୍ଥ ସିଡ୍‍ ଜାପାନର ନୋଜୋମି ଓକୁହାରା ସିଧାସଳଖ ୨୧-୧୫, ୨୧-୧୮ ଗେମରେ ୨ୟ ସିଡ୍‍ ସିନ୍ଧୁଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୫୦ ମିନିଟ ମଧ୍ୟରେ ଶେଷ ହୋଇଥିଲା। ଏହାକୁ ମିଶାଇ ଉଭୟ ଖେଳାଳି ପରସ୍ପରକୁ ୧୧ ଥର ଭେଟିଥିବାବେଳେ ଫଳାଫଳ ଓକୁହାରାଙ୍କ ସପକ୍ଷରେ ୬-୫ ରହିଛି। ବିଶ୍ୱ ମାନ୍ୟତା ତାଲିକାରେ ସିନ୍ଧୁ ୩ୟ ସ୍ଥାନରେ ଥିବାବେଳେ ଓକୁହାରା ୮ମ ସ୍ଥାନରେ ରହିଛନ୍ତି।

ଅନ୍ୟ ପକ୍ଷରେ ଶନିବାର ଖେଳାଯାଇଥିବା ସେମିଫାଇନାଲରେ ୨ୟ ସିଡ୍‍ ସିନ୍ଧୁ ଇଣ୍ଡୋନେସିଆର ଗ୍ରେଗୋରିଆ ଟୁନ୍‍ଜଙ୍ଗଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‍ରେ ୨୩-୨୧, ୧୬-୨୧ ଓ ୨୧-୯ ଗେମ୍‌ରେ ପରାସ୍ତ କରିଥିଲେ।
ପ୍ରଥମ ଗେମ୍‍ରେ ସିନ୍ଧୁ ଓ ଟୁନ୍‍ଜଙ୍ଗଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏହି ଗେମ୍‍ରେ ଉଭୟ ଖେଳାଳି ଜୋରଦାର ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ପଏଣ୍ଟ ହାସଲ କରିଥିଲେ। ତେବେ ଟାଇବ୍ରେକରରେ ସିନ୍ଧୁ ବିଜୟୀ ହୋଇ ଅଗ୍ରଣୀ ହାସଲ କରିଥିଲେ। ଦ୍ୱିତୀୟ ଗେମ୍‍ରେ ସିନ୍ଧୁ ମୂଳରୁ ଭଲ ପ୍ରଦର୍ଶନ କରି ୯-୫ ପଏଣ୍ଟରେ ଅଗ୍ରଣୀ ହାସଲ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଟୁନ୍‍ଜଙ୍ଗ ଲଢ଼ୁଆ ଖେଳ ପ୍ରଦର୍ଶନ କରି ବିରତି ବେଳକୁ ୧୧-୯ ପଏଣ୍ଟରେ ଅଗ୍ରଣୀ ହାସଲ କରିବାରେ ସକ୍ଷମ ହୋଇଥିଲେ। ଟୁନ୍‍ଜଙ୍ଗ ନିଜ ପ୍ରଦର୍ଶନ ବଜାୟ ରଖିବା ସହ ଦ୍ୱିତୀୟ ଗେମ୍‍କୁ ସହଜରେ ଜିତି ଖେଳକୁ ୧-୧ ସ୍ତରକୁ ଆଣିବାକୁ ସକ୍ଷମ ହୋଇଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‍ରେ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରି ମୂଳରୁ ୫-୧ ପଏଣ୍ଟରେ ଅଗ୍ରଣୀ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସିନ୍ଧୁ ନିଜ ପ୍ରଦର୍ଶନ ବଜାୟ ରଖି ଗୋଟିଏ ପରେ ଗୋଟିଏ ପଏଣ୍ଟ ହାସଲ କରି ସହଜରେ ୨୧-୯ ପଏଣ୍ଟରେ ବିଜୟୀ ହେବା ସହ ଫାଇନାଲରେ ପ୍ରବେଶ କରିଥିଲେ।
ଅନ୍ୟ ଏକ ସେମିଫାଇନାଲରେ ଓକୁହାରା ସିଧାସଳଖ ୨୧-୧୭, ୨୧-୧୦ ଗେମ୍‌ରେ ବେୱାନ୍‍ ଜାଙ୍ଗଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସୂଚନାଥାଉକି ସିନ୍ଧୁ ଓ ଓକୁହାରାଙ୍କ ମଧ୍ୟରେ ବିଶ୍ୱ ଚମ୍ପିଆନ୍‍ସିପ ଫାଇନାଲରେ ମୁକାବିଲା ହୋଇଥିଲା। ଏଥିରେ ଓକୁହାରା ବିଜୟୀ ହୋଇଥିଲେ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories