www.samajalive.in
Sunday, December 14, 2025
19.1 C
Bhubaneswar

ଚୋରି ଧନ ଫେରାଇ କ୍ଷମା ପ୍ରାର୍ଥନା କଲା ଚୋର

କେରଳ : କେରଳର ଅମ୍ବାଲପ୍ପୁଜାଃ ଥାନା ଅଞ୍ଚଳରେ ଜଣେ ଚୋର ଚୋରି କରିଥିବା ଗହଣା ମାଲିକଙ୍କୁ ଫେରାଇ ତା’ସହ ଏକ କ୍ଷମାପତ୍ର ମଧ୍ୟ ଛାଡ଼ି ଯାଇଥିବା ଘଟଣା ସାମ୍ନାକୁ ଆସିଛି। ଆଜିର ଯୁଗରେ ଚୋରର ଏଭଳି ପଶ୍ଚାତାପ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଅମ୍ବାଲପ୍ପୁଜାଃ ର ପୁଲିସ ଅଧିକାରୀ ବିଜୁ ବି ନାୟାରଙ୍କ ମତ ଅନୁସାରେ, କରୁମୈଡ଼ୀ ର ମଧୁ କୁମାର ତାଙ୍କ ପରିବାର ସହ କରୁଭଟ୍ଟା ତାଙ୍କ ବଡ଼ ଭାଇଙ୍କ ପୁଅର ବାହାଘରକୁ ଯାଇଥିଲେ। ତାଙ୍କ କହିବା ଅନୁସାରେ, ସେ ତାଙ୍କ ଘରର ମୁଖ୍ୟ ଦରଜାରେ ଚାବି ନପକାଇ ପଳାଇଥିଲେ। ରାତି ୧୦.୩୦ ସମୟରେ ଯେତେବେଳେ ସେ ଘରକୁ ଫେରିଲେ ଘରର ସମସ୍ତ ଆସବାବ ପତ୍ର ଖେଳାଇ ହୋଇ ପଡ଼ିବା ସହ ଘରର ପଛ ଦରଜା ଖୋଲା ହୋଇଥିବାର ଦେଖିଲେ। ପରଦିନ ସେ ଥାନାକୁ ଯାଇ ଏତଲା ଦେଇଥିଲେ। ସେ ଜଣେ ବ୍ୟକ୍ତିଙ୍କ ନାଁ ମଧ୍ୟ କହିଥିଲେ ଯାହା ଉପରେ ତାଙ୍କର ସନ୍ଦେହ ଥିଲା। ପୁଲିସ ସନ୍ଦେହ ଆଧାରରେ ଚୋରକୁ ଖୋଜିବା ଆରମ୍ଭ କଲା, କିନ୍ତୁ ତା’ପର ଘଟଣା ପୁଲିସ ଓ ଅନ୍ୟମାନଙ୍କୁ ଚକିତ କରି ଦେଇଥିଲା। ଦୁଇ ଦିନ ପରେ ଘର ଦରଜା ଆଗରେ ମଧୁ କୁମାରଙ୍କୁ କାଗଜରେ ଗୁଡ଼ା ହୋଇଥିବା କିଛି ସୁନାଗହଣା ମିଳିଥିଲା। ଏହା ସହ ଏକ କ୍ଷମାପତ୍ର ମଧ୍ୟ ଥିଲା। ସେହି ପତ୍ରରେ ଲେଖାଥିଲା, “ଦୟାକରି ମୋତେ କ୍ଷମା କରିଦିଅନ୍ତୁ। ମୁଁ ଆପଣଙ୍କ ଗହଣା ଚୋରି କରିଥିଲି କାରଣ ମୋତେ ଟଙ୍କାର ବହୁତ ଆବଶ୍ୟକତା ଥିଲା। ହେଲେ ମୁଁ ଆଗକୁ ଏପରି କେବେହେଲେ କରିବି ନାହିଁ। ଦୟାକରି ପୁଲିସ ପାଖକୁ ଯାଆନ୍ତୁ ନାହିଁ।” ଏହାପରେ ମଧୁ ପୁଲିସକୁ ଏ ବିଷୟରେ ଜଣାଇଥିଲେ ଓ କହିଥିଲେ, ସେ ଆଗକୁ ଏ ମାମଲାରେ ତଦନ୍ତ କରାଇବାକୁ ଚାହୁଁ ନାହାନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories