ହିମାଚଳରେ ୫ଲକ୍ଷ ନିଯୁକ୍ତି ଦେବାକୁ କଂଗ୍ରେସର ପ୍ରତିଶ୍ରୁତି

ସିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ପକ୍ଷରୁ ଯୁବକଙ୍କୁ ଚାକିରି ପ୍ରଦାନ ନେଇ ବଡ ପ୍ରତିଶ୍ରୁତି ଦିଆଯାଇଛି। କଂଗ୍ରେସ କହିଛି ଯେ ଦଳ କ୍ଷମତାକୁ ଆସିଲେ ଆଗାମୀ ୫ବର୍ଷରେ ୫ଲକ୍ଷ ନିଯୁକ୍ତି ଦିଆଯିବ। ଦଳର ନିଯୁକ୍ତି ପ୍ରତିଶ୍ରୁତି ପରେ କଂଗ୍ରେସର କାଙ୍ଗ୍ରା ଜିଲା ସଭାପତି ଅଜୟ ମହାରାଜ ଲୋକଙ୍କ ଠାରୁ ବାୟୋଡାଟା ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଅଜୟ କହିଛନ୍ତି ଯେ ବାୟୋଡାଟା ଦିଅ ଚାକିରି ନିଅ। ବାୟୋଡାଟା ଆଧାରରେ ଡାଟାବେସ ତିଆରି କରାଯିବ ଓ ପରେ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯିବ। ନିଯୁକ୍ତି ସହିତ ଲୋକଙ୍କ ଦକ୍ଷତା ଆଧାରରେ ସେମାନଙ୍କୁ ବ୍ୟବସାୟର ସୁଯୋଗ ଦିଆଯିବ। କଂଗ୍ରେସର ଏପରି ଅଭିଯାନକୁ ବିଜେପି ବିଧାୟକ ରାକେଶ ପାଥାନିଆ ସମାଲୋଚନା କରିଛନ୍ତି। ପାଥାନିଆ କହିଛନ୍ତି ଯେ କଂଗ୍ରେସର ଏହି ପ୍ରଚାର ବିଭ୍ରାନ୍ତିକର। ଅଜୟ ମହାରାଜ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ନୁରପୁରର ବିଧାୟକ ଥିଲେ। ମାତ୍ର ୨୦୧୭ ନିର୍ବାଚନରେ ସେ ବିଜେପିର ରାକେଶ ପାଥନିଆଙ୍କ ଠାରୁ ହାରି ଯାଇଥିଲେ।

kalyan agarbati

Comments are closed.