www.samajalive.in
Monday, December 15, 2025
15.1 C
Bhubaneswar

ଶିମିଳିପାଳର ୬୪ ସ୍ଥାନରେ ଜଳୁଛି ଜଙ୍ଗଲ 

ଶୁକୃଳି: ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଶିମିଳିପାଳ ଏବେ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି। ବନ ବିଭାଗର ଖବର ଅନୁଯାୟୀ ଶନିବାର ଶିମିଳିପାଳର ୬୪ ସ୍ଥାନରେ ନିଆଁ ଲାଗିଛି। ଶିମିଳିପାଳ ଅଭୟାରଣ୍ୟ ସମେତ ଏହାର ପାଖକୁ ଲାଗିଥିବା ବନଖଣ୍ଡରେ ଆଜି ମଧ୍ୟ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବାକୁ ବନବିଭାଗ କର୍ମଚାରୀ ଅସଫଳ ହେଉଥିବାବେଳେ ଶିମିଳିପାଳର ସୁରକ୍ଷା ନେଇ ରାଜ୍ୟ ସରକାର ଢ଼େର ଚିନ୍ତିତ ଅଛନ୍ତି।

ଆଜି ଉତ୍ତର ଶିମିଳିପାଳର କୋର ଏବଂ ବଫର ଅଞ୍ଚଳର ୬୦ଟି ପଏଣ୍ଟରେ ନିଆଁ ଲାଗିଛି। ଆଜି ଉତ୍ତର ଶିମିଳିପାଳର ତାଳବନ୍ଧ, ଗୁରୁଗୁଡ଼ିଆ, କେନ୍ଦୁମୁଣ୍ଡି, ବରେହିପାଣି ଆଦି ରେଞ୍ଜର ୬୦ ପଏଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ସେହିପରି ଦକ୍ଷିଣ ଶିମିଳିପାଳର ୪ଟି ପଏଣ୍ଟରେ ନିଆଁ ଲାଗିଥିବା ଜଣାପଡିଛି। ଶିମିଳିପାଳ ଅଭୟାରଣ୍ୟ​‌େ​‌ର ନିଆଁ ଲାଗିବା ଫଳରେ ବହୁ ବଡ଼ବଡ଼ ଗଛ ଜଳି ଯାଉଥିବା ଦେଖାଯାଉଛି।

- Advertisement -

ପାରମ୍ପରିକ ପ୍ରଣାଳୀ ସହ ବ୍ଲୋୟର ମେସିନ ଦ୍ବାରା ବନ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିନାହିଁ। ପ୍ରତିଦିନ ସାଟେଲାଇଟ ରିପୋର୍ଟରୁ ଓଡ଼ିଶାର କେଉଁ କେଉଁ ଜଙ୍ଗଲରେ ନିଆଁ ଲାଗିଛି ତାହା ଜଣାପଡୁଛି। ଶିମିଳିପାଳରେ ନିଆଁ ଲାଗିବା ଘଟଣା ସମ୍ପର୍କରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଚକ୍ରଧର ହେମ୍ବ୍ରମ୍ କହିଛନ୍ତି ଯେ ‘ବିଗତ ବର୍ଷରେ ଶିମିଳିପାଳ ନିଆଁ ଲାଗିଲେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ ନିୟୋଜିତ ହେଉଥିଲେ। କିନ୍ତୁ ଚଳିତବର୍ଷ ହୁହୁ ହେଇ ଶିମିଳିପାଳରେ ନିଆଁ ଲାଗିଥିଲେ ବି ଏମାନଙ୍କୁ କାହାରିକୁ ଡ଼କାଯାଇ ନାହଁ ଯାହା ଅତ୍ୟନ୍ତ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories