ବାରିପଦା: ଶିମିଳିପାଳ ଅଭୟାରଣ୍ୟର କୋର୍ ଇଲାକାରେ ହାତୀ ଶାବକର ମୃତ୍ୟୁ ଘଟିଛି। ଛୁଆ ହାତୀର ବୟସ ପ୍ରାୟ ବର୍ଷେ ହେବ। ବନ ବିଭାଗର ସ୍ଵତନ୍ତ୍ର ଟିମ୍ ପହଞ୍ଚି ମୃତଦେହର ବ୍ୟବଚ୍ଛେଦ କରାଇଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ହାତୀ ଛୁଆର ମୃତ୍ୟୁ ହୋଇଛି, ତାହା ଅସ୍ପଷ୍ଟ କରିଛି। ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ସେପଟେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Popular Categories



