ଶିକ୍ଷକ ଭବନ ଉଦଘାଟିତ

ଚୌଦ୍ୱାର : କଳିଙ୍ଗ ଛକସ୍ଥିତ ଜନ୍ମେଞ୍ଜୟ ପ୍ରାଥମିକ ବିଦ୍ୟାଳୟ ପରିସରରେ ନବ ନିର୍ମିତ ଅବସରପ୍ରାପ୍ତ ଶିକ୍ଷକ ଭବନ ଉଦଘାଟିତ ହୋଇ ଯାଇଛି । ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବିଧାୟକ ପାଣ୍ଠିରେ ନିର୍ମିତ ଏହି ଭବନକୁ ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଅବସରପ୍ରାପ୍ତ ପୁଲିସ ପ୍ରଶାସକ ବାଳକୃଷ୍ଣ ମହାନ୍ତି ପ୍ରମୁଖ ଉଦଘାଟନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ସଂଘ ସଭାପତି ଭାଗିରଥୀ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ରଙ୍ଗଲତା ସାହୁ ଓ ରାଜ କିଶୋର ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ପାଦକ ସୁକାନ୍ତ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଜୟକୃଷ୍ଣ ସ୍ୱାଇଁ ପ୍ରତିଷ୍ଠା ହୋମ କାର୍ଯ୍ୟ ପରିଚାଳନା କରିଥିଲେ। କିଶୋର କୁମାର ମହାନ୍ତି, ନରହରି ନାୟକ, ମନ୍ମଥ ସାହୁ, ପବିତ୍ର ଜେନା, ପ୍ରମୋଦ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅକ୍ଷୟକୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.