ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ବୃଦ୍ଧାଶ୍ରମରେ ଗୋପବନ୍ଧୁ ଜୟନ୍ତୀ

ରେଙ୍ଗାଲି :  ରେଙ୍ଗାଲିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଉତ୍କଲମଣି  ପଣ୍ଡିତ ଗୋପବନ୍ଧୁ ଦାସଙ୍କ  ୧୪୬ତମ ଜନ୍ମ ଜୟନ୍ତୀକୁ  ସେବା ଦିବସ ରୂପେ ପାଳନ କରାଯାଇଛି । ଏହି ଅବସରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲିର ଗୁରୁଜୀ ଗୁରୁମା ଓ ପରିଚାଳନା କମିଟିର କର୍ମକର୍ତ୍ତା  କେଉଁଟଡିହି ସ୍ଥିତ ସହାୟତା ବୃଦ୍ଧାଶ୍ରମରେ ଅନ୍ତେବାସୀ ମାନଙ୍କ ସହିତ ଅନ୍ତରଙ୍ଗ ବାର୍ତ୍ତାଳାପ ତଥା ଭାବବିନିମୟ କରି ଅନ୍ତେବାସୀଙ୍କ ସେବା  କରିଥିଲେ ଏବଂ ମିଷ୍ଠାନ୍ନ ଓ ଫଳମୂଳ ବଣ୍ଟନ କରିଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ବୃଦ୍ଧାଶ୍ରମର ପ୍ରତିଷ୍ଠାତା ଶଶିଭୂଷଣ ସାହୁ, ସଭାପତି ତଥା ସାମ୍ବାଦିକ ହରିହର ନାଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲିର ସଭାପତି ରାଜୀବ ମିଶ୍ର, ସଂପାଦକ ସରୋଜ କୁମାର ବିଶୋଇ, ପ୍ରଧାନ ଆଚାର୍ଯ୍ୟ ଦୀପ୍ତି ରଞ୍ଜନ ପୋଥାର ଉପସ୍ଥିତ ରହି ଗୋପବନ୍ଧୁଙ୍କ ପ୍ରତିଛବିରେ ପୂଜା ଅର୍ଚ୍ଚନା ଓ ଧୂପଦୀପ ପ୍ରଜ୍ବଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଓ ଗୋପବନ୍ଧୁଙ୍କ ସେବା, ତ୍ୟାଗ ଓ ବ୍ୟକ୍ତିତ୍ବର ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ଗୁରୁଜୀ ଗୁରୁମା ମାନେ  ଶିଶୁ ମାନଙ୍କୁ ଏପରି ଶିକ୍ଷା ଦିଅନ୍ତୁ ଯେପରି କୌଣସି ମାତା ପିତାଙ୍କୁ କେବେ ବି ବୃଦ୍ଧାଶ୍ରମ ଆସିବାକୁ ନପଡୁ । ଘରେ ହିଁ  ବୃଦ୍ଧ ମାତା ପିତାଙ୍କର ଯତ୍ନ ନେଇ ଉତ୍ତମ ସେବା ପ୍ରଦାନ କରାଯାଉ ବୋଲି ଆହ୍ଵାନ ଦିଆଯାଇଥିଲା।

Comments are closed.