ଶୁଭାରମ୍ଭ ହେଲା ସିକିମ ପଟ୍ଟା : ପ୍ରଥମ ପର୍ଯ୍ୟାୟରେ ୭୧୦ଜଣ ହିତାଧିକାରୀଙ୍କୁ ମିଳିଲା ପଟ୍ଟା

ଛତ୍ରପୁର :  ବହୁ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଇନର ସଂଶୋଧନ ପରେ ସିକିମ ସ୍ୱତ୍ୱଧାରୀ ଚାଷୀ ମାନଙ୍କୁ ସ୍ଥିତିବାନ ସିକିମ ପଟ୍ଟା ମିଳିଛି । ଗଞ୍ଜାମ ଜିଲା ଛତ୍ରପୁର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଆଭାସି ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସିକିମ ପଟ୍ଟାର ଶୁଭାରମ୍ଭ କରିବା ସହ ହିତାଧିକାରୀମାନଙ୍କୁ ପ୍ରଦାନ କରିଛନ୍ତି । ଯାହାକି ରାଜ୍ୟ ସରକାରଙ୍କ ଏକ ଯୁଗନ୍ତକାରୀ ପଦକ୍ଷେପ ଅଟେ । ସିକିମ ସ୍ୱତ୍ୱଧାରୀ ଚାଷୀମାନଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ ପାଇଁ ଭୁସଂସ୍କାର ଆଇନ୍ ୧୯୬୦ର ଆବଶ୍ୟକୀୟ ସଂଶୋଧନ କରାଯାଇଛି । ସିକିମ ଚାଷୀମାନେ ଦଖଲରେ ଥିବା ଜମି ଉପରେ ସ୍ଥାୟୀ ,ବଂଶାନୁକ୍ରମିକ ଓ ହସ୍ତାନ୍ତର ଯୋଗ୍ୟ ଅଧିକାର ପାଇଛନ୍ତି । ଗଞ୍ଜାମ ଜିଲାରେ ପ୍ରଥମ ପ୍ରର୍ଯ୍ୟୟରେ ୯ଟି ତହସିଲରୁ ୭୧୦ଜଣକୁ ସିକିମ ପଟ୍ଟା ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି । ଗଞ୍ଜାମ ତହସିଲର ୧୩ଜଣ, ହିଞ୍ଜିଳିର ୪୮ଜଣ, ଖଲ୍ଲିକୋଟର ୨ଜଣ, ଛତ୍ରପୁରର ୧୦୫ଜଣ, ପୁରୁଷୋତମପୁରର ୧୬୬ଜଣ ,ବ୍ରହ୍ମପୁରର ୩ଜଣ, କୁକୁଡାଖଣ୍ଡିର ୨୨୦ଜଣ,ଚିକିଟିର ୨୩ଜଣ ଓ କନିଷି ତହସିଲରର ୧୩୦ଜଣ ହିତାଧିକାରୀଙ୍କୁ ଏହି ସିକିମ ପଟ୍ଟ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ୧୨ଟି ତହସିଲରେ ୨୯୮୩ଟି ସିକିମ ପଟ୍ଟା ପ୍ରଦାନ କରାଯିବ । ଏହି ଅବସରରେ ଛତ୍ରପୁର ତହସିଲର କଣମଣା ପଚଂୟତର ଶଶିକଳା ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ସହ ଆଭାସି ଜରିଆରେ କଥା ହୋଇ ନିଜର ଖୁସି ଜାହିର କରିଥିଲେ । ଏହି ପଟ୍ଟା ପାଇଁ ସେମାନଙ୍କୁ ଦିର୍ଘ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ଶେଷରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧକ୍ଷ୍ୟ ଭି.କେ,ପାଣ୍ଡିଆନ ଏବଂ ଜିଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରଡିସି ରଞ୍ଜନ କୁମାର ଦାସ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକ ଲତିକା ପ୍ରଧାନଙ୍କ ସମେତ ୫ଜଣ ହିତାଧିକାରୀ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି,ଦେବବ୍ରତ ସାହୁ, ବ୍ରହ୍ମପୁର ଉପଜିଲାପାଳ , ଛତ୍ରପୁର ଉପଜିଲାପାଳ ଦେବଦତ ମହାନ୍ତ,ଭୁ ଅର୍ଜନ ଅଧିକାରୀ ଦୟାସିନ୍ଧୁ ପରିଡାଙ୍କ ସମେତ ତହସିଲଦାର ଓ ବିଭିନ୍ନ ତହସିଲରୁ ଆସିଥିବା ହିତାଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.