www.samajalive.in
Friday, December 5, 2025
26.1 C
Bhubaneswar

ମହାକାଶରେ ପରମାଣୁ ଅସ୍ତ୍ର ନିୟୋଜନ କରୁଛି କି ଋଷ? ଆମେରିକାର ଅଭିଯୋଗ ପରେ ଜବାବ ଦେଲେ ପୁଟିନ୍‍

ସମାଜ ଡିଜିଟାଲ ଡେସ୍କ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଆମେରିକା ଅଭିଯୋଗ କରିଛି ଯେ ଋଷ ଏକ ପରମାଣୁ ଅସ୍ତ୍ର ତିଆରି କରୁଛି ଯାହା ମହାକାଶରେ ନିୟୋଜିତ ହୋଇପାରିବ। ଏହାର ଜବାବ ଦେବାକୁ ଯାଇ ମଙ୍ଗଳବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‍ ପୁଟିନ କହିଛନ୍ତି ତାଙ୍କ ଦେଶ ମହାକାଶରେ ପରମାଣୁ ଅସ୍ତ୍ର ନିୟୋଜନ ବିରୁଦ୍ଧରେ ରହିଛି। ଏହାସହ ଆମେରିକାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁଟିନ୍‍। ମହାକାଶରେ ଋଷର କାର୍ଯ୍ୟକଳାପ ଆମେରିକା ଓ ଅନ୍ୟ ଦେଶ ଭଳି ସମାନ ରହିଛି। ପୁଟିନ କହିଛନ୍ତି ଯେ ଋଷ କେବଳ ଏହି କ୍ଷେତ୍ରରେ ଥିବା ସମସ୍ତ ଚୁକ୍ତିନାମାକୁ ପାଳନ କରିବାକୁ ଅନୁରୋଧ କରିବା ସହ ମିଳିତ କାର୍ଯ୍ୟକୁ ମଜବୁତ କରିବାକୁ ପ୍ରସ୍ତାବ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ ଆମେରିକା ବିଶ୍ୱାସର ସହ କହିଛି ଯେ ଋଷ ମହାକାଶ ପାଇଁ ପରମାଣୁ ଅସ୍ତ୍ର ତିଆରି କରୁଛି। ଯାହା ଉପଗ୍ରହ ବିରୋଧୀ। ଏହି ଅସ୍ତ୍ର ବିସ୍ଫୋରଣ ହେଲେ ସାମରିକ ଯୋଗାଯୋଗ ଠାରୁ ଆରମ୍ଭ କରି ମୋବାଇଲ ସେବା ଏବଂ ଅନ୍ୟାନ୍ୟ ସୁବିଧା ପର୍ଯ୍ୟନ୍ତ ସବୁକିଛି ବ୍ୟାହତ ହେବ। ଆମେରିକା ପକ୍ଷରୁ କୁହାଯାଇଛି ଯେ ଟେକ୍ନୋଲୋଜିର ବିକାଶ ବାହ୍ୟ ମହାକାଶ ଚୁକ୍ତିର ଉଲ୍ଲଂଘନ ଅଟେ। ୧୯୭୬ରେ ବାହ୍ୟ ମକାକାଶ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଯେଉଁଥିରେ ଋଷ ଏବଂ ଆମେରିକା ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଚୁକ୍ତିନାମା ଅନୁଯାୟୀ ପରମାଣୁ ଅସ୍ତ୍ର କିମ୍ବା ଅନ୍ୟ କୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର ପୃଥିବୀର କକ୍ଷପଥରେ ସ୍ଥାନିତ ହୋଇପାରିବ ନାହିଁ।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories