www.samajalive.in
Saturday, December 6, 2025
16.1 C
Bhubaneswar

ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଶିଷ୍ଟ ବ୍ୟବସାୟୀ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଥାନା ଲାଦେରପାଲି ଛକ ନିକଟ ଜାତୀୟ ରାଜପଥ ୫୩ରେ ଜଣେ ବାଇକ ଚାଳକ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଛନ୍ତି।ସୂଚନାଯୋଗ୍ୟ ଯେ ଅତାବିରା ଏନଏସି ୱାର୍ଡ ନଂ ୭ ର ହରି ମହାରଣା(୫୯) ଗତକାଲି ଦିନ ୨ଟା ସମୟରେ ଏକ ବାଇକରେ ଲାଦେରପାଲି ଛକ ପଟରୁ ଅତାବିରା ଆଡକୁ ଆସୁଥିଲେ। ଏହି ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଛିଟିକି ପଡ଼ିଥିଲେ। ଖବର ପାଇ ଅତାବିରା ପୁଲିସ, ପରିବାର ବର୍ଗ, ସମ୍ପର୍କୀୟ ଦୁର୍ଘଟଣା ସ୍ଥଳକୁ ପହଞ୍ଚି ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବରଗଡରେ ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ମୃତ ଶରୀର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କର ଗୋଟିଏ ପୁଅ ଓ ଚାରି ଝିଅ । ଖବର ପାଇ ଅତାବିରାର କଂଶାରି ସମାଜ ,ବ୍ୟବସାୟୀ ସଂଘ ତାଙ୍କର ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories