www.samajalive.in
Saturday, December 6, 2025
17.1 C
Bhubaneswar

ମେ ୬ରେ ଖୋଲିବ ଧନ ଦ୍ୱାର; ଏହି ୪ଟି ରାଶିକୁ କରିବ ଧନୀ

ସମାଜ ଡିଜିଟାଲ ଡେସ୍କ: ଯେପରି ବୃହସ୍ପତି ଗ୍ରହଙ୍କୁ ଦେବତାମାନଙ୍କର ଗୁରୁ ଭାବରେ ବିବେଚନା କରାଯାଏ । ସେହିପରି ଶୁକ୍ରଙ୍କୁ ରାକ୍ଷସମାନଙ୍କର ଗୁରୁ ବୋଲି କୁହାଯାଏ । ପ୍ରତ୍ୟେକ ଗ୍ରହ ପରି, ଶୁକ୍ର ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାର ରାଶି ପରିବର୍ତ୍ତନ କରେ । କେବଳ ରାଶି ନୁହେଁ ଏକ ନିର୍ଦ୍ଦିଷ୍ଟ ସମୟରେ ନକ୍ଷତ୍ର ମଧ୍ୟ ପରିବର୍ତ୍ତନ ହୁଏ । ଯେତେବେଳେ ଶୁକ୍ର ଗ୍ରହ ନିଜର ଗତି ପରିବର୍ତ୍ତନ କରନ୍ତି ତାହା ରାଶି ପରିବର୍ତ୍ତନ ହେଉ କିମ୍ବା ନକ୍ଷତ୍ର ପରିବର୍ତ୍ତନ ଏହାର ପ୍ରଭାବ ମଣିଷ ଜୀବନ ଉପରେ ପଡିଥାଏ । ଏହା କିଛି ରାଶି ଉପରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇଥାଏ । ମେ ମାସରେ ଶୁକ୍ର ଗ୍ରହ ତାର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛି । ଶୁକ୍ର ଗ୍ରହର ଶୁଭ ଦିଗ ବ୍ୟକ୍ତିକୁ ଧନୀ କରିଥାଏ । ପ୍ରତ୍ୟେକ କର୍ଯ୍ୟରେ ସଫଳତା ମିଳିଥାଏ ଏବଂ ତାଙ୍କର ଦୁଃଖ ସମୟର ଅନ୍ତ ହୋଇଥାଏ ।

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ବୃଷ ରାଶିର ଲୋକଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବାକୁ ଯାଉଛି । ବହୁ ଦିନ ଧରି ପଡି ରହିଥିବା କାର୍ଯ୍ୟ ଓ ଇଚ୍ଛା ପୂରଣ ହେବାକୁ ଯାଉଛି । ଆର୍ଥିକ ସ୍ଥିତି ଭଲ ହେବାକୁ ଯାଉଛି । ଆୟର ନୂତନ ଉତ୍ସ ସୃଷ୍ଟି ହେବ । ଧନ ଏବଂ ସମୃଦ୍ଧିରେ ଦ୍ରୁତ ବୃଦ୍ଧି ହେବ ।

- Advertisement -

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ କର୍କଟ ରାଶି ଉପରେ ସକାରାତ୍ମକ ପ୍ରଭାବ ପକାଇବାକୁ ଯାଉଛି । ଜମି, କୋଠା ଏବଂ ଯାନବାହାନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ଅପାର ସଫଳତା ମିଳିବ । ଚାକିରି କରୁଥିବା ବ୍ୟକ୍ତଙ୍କୁ ବରିଷ୍ଠ ଅଧିକାରୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ ଯାହାକି ଆପଣଙ୍କ ଲାଗି ଲାଭଦାୟକ ହେବ ।

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ତୁଳା ରାଶି ଉପରେ ସକାରାତ୍ମକ ପ୍ରଭାବ ପକାଇବାକୁ ଯାଉଛି । ଆଧ୍ୟତ୍ମିକତା ପ୍ରତି ଆକର୍ଷିତ ହେବେ । ଯାହା ଯୋଗୁଁ ଆପଣ ଅନେକ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିପାରିବେ । ବ୍ୟବସାୟରେ ଆପଣଙ୍କୁ ଏକ ଲାଭ ମିଳିପାରେ । ଆର୍ଥିକ ସ୍ଥିତି ସୁଦୃଢ ହେବ ।

ସେହିପରି ମକର ରାଶିରେ ସକାରାତ୍ମକ ପ୍ରଭାବ ପଡିବ । ଆତ୍ମବିଶ୍ୱାସ ଦ୍ରୁତ ଗତିରେ ବୃଦ୍ଧି ପାଇବ । ହଠାତ୍ ଆର୍ଥିକ ଲାଭର ସମ୍ଭାବନା ରହିବ । ଆପଣଙ୍କ ପିଲାମାନଙ୍କଠାରୁ କିଛି ଭଲ ଖବର ପାଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ବଡ ଲାଭ ପାଇବେ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories