www.samajalive.in
Monday, December 15, 2025
26.1 C
Bhubaneswar

ଅଧିନାୟକ ହେବା ପରେ ଆସିଲା କି ଅଂହକାର, ସିନିୟରଙ୍କୁ ଏମିତି କଲେ ଅପମାନ

ସମାଜ ଡିଜିଟାଲ ଡେସ୍କ: ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ ୨୦୨୫ର ଏଲିମିନେଟରରେ କଠିନ ମୁକାବିଲା ସତ୍ତେ୍ୱ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଜିତିପାରିଲା ନାହିଁ ଗୁଜରାଟ ଟାଇଟନ୍ସ । ଶୁକ୍ରବାର ମୁଲାନପୁରରେ ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୨୦ରନରେ ପରାସ୍ତ କରିଥିଲା ମୁମ୍ବାଇ । ୨୨୯ରନର ପିଛା କରି ଗୁଜରାଟ ୬ୱିକେଟରେ ୨୦୮ରନରେ ଅଟକି ଯାଇଥିଲା । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଟସ୍‍ ପଡିବା ସମୟରେ ଏପରି କିଛି ଘଟିଥିଲା ଯାହାକି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଆଘାତ ମଧ୍ୟ ଦେଇଛି । ହାର୍ଦ୍ଦିକ ପ୍ୟାଣ୍ଡ୍ୟାଙ୍କ ସହିତ ହାତ ନମିଳାଇ ଆଗକୁ ପଳାଇଥିଲେ ଶଭମନ୍‍ ଗିଲ୍‍ । ସାଧାରଣତଃ ଟସ୍‍ ପଡିବା ପରେ ଯେଉଁ ଟିମ୍‍ ଟସ୍‍ ଜିତିଥାଏ ଅନ୍ୟ ଟିମର ଅଧିନାୟକ ତାଙ୍କ ସହିତ ହାତ ମିଳାଇଥାନ୍ତି । ହେଲେ ଶୁଭମନ୍‍ ଗିଲ୍‍ ଏଭଳି କିଛି କରିନଥିଲେ ।

ଟସ୍‍ ପଡିବା ସମୟରେ ଗୁଜରାଟ ଟାଇଟନ୍ସର ଅଧିନାୟକ ଶୁଭମନ ଗିଲ୍‍ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଏକ ଅପ୍ରୀତିକର ମୁହୂର୍ତ୍ତର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡ଼ିଓକୁ ଦେଖି ପ୍ରଶଂସକ ମାନେ କହିଛନ୍ତି ଯେ ପାଣ୍ଡ୍ୟା ହାତ ମିଳେଇବାକୁ ଯାଉଥିବା ବେଳେ ଶୁଭମନ ଗିଲ୍‍ ଏହାକୁ ଅଣଦେଖା କରି ପଳାଇଥିଳେ । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ଶୁଭମନ ଗିଲ୍‍ଙ୍କ ମଧ୍ୟରେ ଅହଂକାର ଆସିଯାଇଛି । କିଛି ଫ୍ୟାନ୍ସ କହିଛନ୍ତି ଯେ ଟେଷ୍ଟ ମ୍ୟାଚର ଅଧିନାୟକ ଦାୟିତ୍ୱ ମିଳିବା ପରେ ଶୁଭମନ ଗିଲ୍‍ ଏପରି ଅହଂକାର ଦେଖାଉଛନ୍ତି ।

- Advertisement -

ଆଉ କିଛି ପ୍ରଶଂସକ କହିଛନ୍ତି ଯେ ଗିଲଙ୍କ ପକ୍ଷରୁ ଏହା ଏକ ଭୁଲ ହୋଇଥାଇପାରେ । ଉଭୟ ଖେଳାଳୀ ଆଇପିଏଲରେ ଗୋଟିଏ ଟିମରେ ପୂର୍ବରୁ ଖେଳୁଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ଗୁଜରାଟ ଟାଇଟନ୍ସର ଅଧିନାୟକ ଥିଲେ । ସେ ମୁମ୍ବାଇରେ ଯୋଗ ଦେବା ପରେ ଏହି ଦାୟିତ୍ୱ ଶୁଭମନ ଗିଲ୍‍ଙ୍କୁ ଦିଆଯାଇଥିଲା ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories