www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ବାଘ ସହ ନେଇଥାନ୍ତେ ସେଲ୍‌ଫି, ହଠାତ୍‌ କଲା ଆକ୍ରମଣ, ତା’ପରେ ଯାହା ହେଲା ଥରି ଉଠିବ ଛାତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ସଭିଁଙ୍କ ହୋସ୍‌ ଉଡାଇ ଦେଇଥାଏ । ବାଘକୁ ଦେଖିଲେ ଭୟଭୀତ ହେବା ସାଧାରଣ କଥା । କିଛି ସ୍ଥାନରେ ଏହାକୁ ପୋଷା କରି ମଧ୍ୟ ରଖନ୍ତି । ଅନେକ ସମୟରେ ଏହି ପୋଷା ଜନ୍ତୁ ନିଜ ମାଲିକଙ୍କ ଉପରେ ହିଁ ଆକ୍ରମଣ କରି ସେମାନଙ୍କ ଜୀବନ ନେଇ ଥାନ୍ତି । ଆକ୍ରମଣରେ କେତେକ ସମୟରେ ଗୁରୁତର ଆହତ ମଧ୍ୟ ହୋଇଥାନ୍ତି । ନିକଟରେ ଏଭଳି ହିଁ ଏକ ଛାତିଥରା ଭିଡିଓ ଭାଇରାଲ୍‌ ହେଉଛି । ଭିଡିଓ ସଭିଁଙ୍କୁ ଭୟଭୀତ କରିବା ସହ ଛାତି ଉଠିବ । ଏହା ଏବେ ସଭିଁଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିପାରିବେ, ଏଠାରେ ଏକ ପୋଷା ବାଘ ଜଣେ ବ୍ୟକ୍ତିଙ୍କ ଉପରେ କିଭଳି ଆକ୍ରମଣ କରୁଛି । ଭିଡିଓଟି ଫୁକେତର ଟାଇଗର କିଙ୍ଗଡମ୍‌ର ବୋଲି କୁହାଯାଉଛି । ଏଠାରେ ଜଣେ ଭାରତୀୟ ପର୍ଯ୍ୟଟକ ବାଘ ସହ ସେଲଫି ନେଉଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଏଠାରେ ଅନେକ ସ୍ଥାନରେ ବାଘକୁ ପୋଷା କରି ରଖାଯାଏ । ଲୋକେ ସେଠାରେ ସେଲଫି ନେବା ସହ ବାଘଙ୍କୁ ଖାଦ୍ୟ ଖାଇବାକୁ ମଧ୍ୟ ଦେଇଥାନ୍ତି।

- Advertisement -

ଭିଡିଓରେ ଆପଣ ଦେଖିପାରିବେ, ଜଣେ ବ୍ୟକ୍ତି ପାର୍କରେ ବାଘ ସହ ଚାଲି କରି ଯାଉଛନ୍ତି । ଏହାପରେ ଫଟୋ ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି । ସେହି ସମୟରେ ତାଲିମ୍‌ ଦେଉଥିବା ବ୍ୟକ୍ତି ଜଣକ ବାଘକୁ ଏକ ବାଡି ଦ୍ୱାରା ବାଘକୁ ବସାଇବାକୁ ଚେଷ୍ଟା କରୁଥିଲେ । ମାତ୍ର ତା’ପରେ ଯାହା ଘଟିଥିଲା, କେହି କେବେ କଳ୍ପନା ମଧ୍ୟ କରିନଥିବେ । ବାଘ ତୁରନ୍ତ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲା । ଭିଡିଓ ଭାଇରାଲ୍‌ ହେବା ସହ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

୫୦୦ ବର୍ଷ ପରେ ମହାସଂଯୋଗ: ଶନି ଓ ଗୁରୁ ଏହି ରାଶିଙ୍କୁ କରିବେ ମାଲାମାଲ୍‌, ମିଳିବ ଚାକିରି, ବଢିବ ଦରମା, ହେବ ବିବାହ

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories