www.samajalive.in
Monday, December 15, 2025
17.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ନାଲକୋ କ୍ରସର ଏବଂ କନଭେୟର ସିଷ୍ଟମର ଭିତିପ୍ରସ୍ତର ସ୍ଥାପନ

ଦାମନଯୋଡ଼ି : କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ମଙ୍ଗଳବାର ନାଲକୋ କ୍ରସର ଏବଂ କନଭେୟର ସିଷ୍ଟମ ଭିତିପ୍ରସ୍ତର କରାଯାଇଛି। ଏହି ପ୍ରଣାଳି ଦ୍ୱାରା କମ୍ପାନୀର ଆଲୁମିନା ବିଶୋଧନର ପଞ୍ଚମ ସ୍ରୋତ ପାଇଁ ବକ୍ସାଇଟ୍ ଯୋଗାଣ ବୃଦ୍ଧି ହୋଇପାରିବ। ଏହି ପ୍ରକଳ୍ପଟି ଅପ୍ରେଲ, ୨୦୨୨ ସୁଦ୍ଧା କାର୍ୟ୍ୟକ୍ଷମ ହେବ ଓ ଏଥିପାଇଁ ପ୍ରକଳ୍ପ ମୂଲ୍ୟ ଟ.୪୮୩ କୋଟି ରହିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଭିଭାଷଣ ଦେଇ କହିଥିଲେ ଆଗାମୀ ୨୦୨୪ ସୁଦ୍ଧା ଦେଶରେ ୫ ଟ୍ରିଲିଅନ ଡଲାର ଆର୍ଥିକ ସ୍ଥିତି ବଜାୟ ରଖିବାକୁ ଆମେ ଲକ୍ଷ୍ୟ ରଖିଛୁ ଏବଂ ମୁଁ ନିଶ୍ଚିତଯେ ଏହି ବିକାଶ ଯାତ୍ରାରେ ନାଲକୋ ତାର ସଫଳତାର କାହାଣୀ ରଚିବ।

ଏଠାରେ ଉଲ୍ଲେଖନୀୟଯେ ଓଡ଼ିଶାରେ ଦେଶର ପ୍ରାୟ ୫୧ ପ୍ରତିଶତ ବକ୍ସସାଇଟ୍, ୨୫ ପ୍ରତିଶତ କୋଇଲା ଏବଂ ୩୪ ପ୍ରତିଶତ ଲୁହା ପଥର ସମ୍ବଳ ଗଛିତ ରହିଛି। ଏହା ବ୍ୟତୀତ ୯୬ ପ୍ରତିଶତ କ୍ରୋମାଇଟ୍ ଏବଂ ୪୪ ପ୍ରତିଶତ ମାଙ୍ଗାନିଜ ମଧ୍ୟ ଅଛି। ଆମ ସରକାର ଏହି ସବୁ ଅଞ୍ଚଳ ଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କ ସହିତ ଦେଶର କଲ୍ୟାଣ ପାଇଁ ଖଣିଜ ପଦାର୍ଥରେ ସମୃଦ୍ଧ ରାଜ୍ୟଗୁଡ଼ିକର ଖଣିଜ କାର୍ଯ୍ୟ ଚାଲୁ ରଖିବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଯୋଶୀ କହିଥିଲେ। ସେ ମଧ୍ୟ ରାଜ୍ୟରେ ଖଣି କାର୍ଯ୍ୟ ପ୍ରତି ସରକାରଙ୍କ ପ୍ରୋତ୍ସାହନକୁ ପ୍ରଶଂସା କରିଥିଲେ ଓ ଆଶା ରଖିଛନ୍ତିଯେ ଏହାଦ୍ୱାରା ରାଜ୍ୟର ସମୃଦ୍ଧି ହୋଇପାରିବ।

- Advertisement -

ଏହା ପୂର୍ବରୁ ଶ୍ରୀ ଯୋଶୀ ନାଲକୋର ବିଶାଖାପାଟଣା ଠାରେ ବୈଠକରେ ଯୋଗ ଦେଇଥିଲେ ଓ କମ୍ପାନୀର ଅଭିବୃଦ୍ଧି ତ୍ୱରାନ୍ୱିତ ପାଇଁ ଉତ୍ସାହିତ କରିଥିଲେ। ସେ ଏହି ବୈଠକରେ କହିଥିଲେଯେ ନାଲକୋ ହେଉଛି ବିଶ୍ୱର ସବୁଠାରୁ ନ୍ୟୁନତମ ବକ୍ସାଇଟ୍ ଏବଂ ଆଲୁମିନା ଉତ୍ପାଦନକାରୀ କଂପାନି ଯିଏକି କ୍ରମାଗତ ୪ ବର୍ଷ ଧରି ସଫଳତାର ମାନ୍ୟତା ପାଇଆସୁଛି। ସେ ମଧ୍ୟ ନାଲକୋର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହିତ ଦୁର୍ଗମ ଅଞ୍ଚଳରେ ପରିଚାଳନା କାର୍ଯ୍ୟ ଚାଲୁ ରଖିବାକୁ ଆହ୍ୱାନ ଦେଇଥିଲେ। ଆନୁମାନିକ ୩୧୦ ନିୟୁତ ଟନ୍ ବକ୍ସାଇଟ୍ ଜମା ରହିଥିବା ଏସିଆର ସର୍ବ ବୃହତମ ବକ୍ସାଇଟ୍ ଖଣି କୋରାପୁଟ ଜିଲ୍ଲାରେ ଅବସ୍ଥିତ ପଞ୍ଚପଟମାଳି ବକ୍ସାଇଟ୍ ଖଣି ପରିଦର୍ଶନ କରିଥିଲେ ଶ୍ରୀ ଯୋଶୀ।

ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନସ୍ଥ ଏକ ନବରତ୍ନ ଉଦ୍ୟମ, ଯାହାର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାର ଭୁବନେଶ୍ୱର ଠାରେ ଅବସ୍ଥିତ। ଏହି କମ୍ପାନୀ ହେଉଛି ଏସିଆର ଅନ୍ୟତମ ବୃହତ ସମନ୍ୱିତ ବକ୍ସାଇଟ୍-ଆଲୁମିନା-ଆଲୁମିନିୟମ-ପାୱାର କମ୍ପେ୍ଲକ୍ସ।
ଏଠାରେ ଉଲ୍ଲେଖଯୋଗ୍ୟଯେ ଆଲୁମିନା ରିଫାଇନାରୀ ବ୍ୟବସ୍ଥାରେ ଆଲୁମିନାକୁ କମ୍ପାନୀର ସ୍ମେଲ୍ଟର ପ୍ଲାଂଟ ଅନୁଗୁଳ ଠାରେ ବିଶୋଧିତ କରାଯାଉଛି ଏବଂ ବଳକା ଆଲୁମିନାକୁ ବିଦେଶର ବଜାରକୁ ବିଶାଖାପାଟଣା ବନ୍ଦର ଜରିଆରେ ପ୍ରେରଣ କରାଯାଉଛି। ବର୍ତମାନ ଆଲୁମିନା ରିଫାଇନାରୀର ସ୍ୱାଭାବିକ ଦକ୍ଷତା ବାର୍ଷିକ ୨୧ ଲକ୍ଷ ମେଟ୍ରିକ ଟନ୍ ଓ ଏହାକୁ ୪ଟି ସ୍ୱାଧୀନ ଉତ୍ସ ଜରିଆରେ ଉତ୍ପାଦନ କରାଯାଉଛି। ରିଫାଇନାରୀ ପାଇଁ ବକ୍ସାଇଟ୍ ନିଜସ୍ୱ ଖଣି ପଞ୍ଚପଟମାଳୀ ବକ୍ସାଇଟ୍ ଖଣିରୁ ଅଣାଯାଉଛି। କାର୍ୟ୍ୟ ସମ୍ପାଦନ ପାଇଁ କୋଇଲାକୁ ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ଼ରୁ ଏବଂ କଷ୍ଟିକ୍ ସୋଡ଼ା ଲାଇକୁ ବିଶାଖାପାଟଣା ବନ୍ଦର ଜରିଆରେ ଆମଦାନି କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories