www.samajalive.in
Wednesday, December 10, 2025
16.1 C
Bhubaneswar

ତୀର ମାରୁଛନ୍ତି ଶ୍ରୀମୟୀ,ଏଲିନା : ପରାଜୟର ସମୀକ୍ଷା ଲାଗି ବରିଷ୍ଠଙ୍କ ମତ

ଭୁବନେଶ୍ବର: ନୂଆପଡ଼ା ଉପ-ନିର୍ବାଚନ‌େ‌ର ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ଦଳ ଏଠାରେ ପ୍ରଥମରୁ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି। ବିଜେଡି ଏହି ଆସନ ବଜାୟ ରଖିବାରେ ସମର୍ଥ ହୋଇପାରିନି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଭାବମୂର୍ତ୍ତି ଦଳକୁ ସଫଳତା ଦେଇପାରିନି। ନବୀନଙ୍କ ଦୁଇଥର ପ୍ରଚାର କରିବା ସତ୍ତ୍ବେ ଦଳୀୟ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ବି ରହିପାରିଲେନି। ଏହାସହ ଶତାଧିକ ନେତାଙ୍କୁ ଉପନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଟାଣିବାରେ ସେମାନେ ବିଫଳ ହୋଇଛନ୍ତି। ବିଜେଡିର ଏଭଳି ଶୋଚନୀୟ ପରାଜୟ ଦଳୀୟ ନେତା ଓ କର୍ମୀଙ୍କୁ ନିରାଶ କରିଛି। ଉପନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ନେତାମାନେ ମୁହଁ ଖୋଲୁନାହାନ୍ତି।

ବିଜେଡିର ଏପରି ପ୍ରଦର୍ଶନ ଓ ନିର୍ବାଚନ ପରିଚାଳନାକୁ ନେଇ ଆରମ୍ଭ ହୋଇଯାଇଛି ସମାଲୋଚନା ପର୍ବ। ସାମାଜିକ ଗଣମାଧ୍ୟମ‌େ‌ର ସମାଲୋଚନାର ସାମ୍ନା କରୁଛି ବିଜେଡି। ଦଳରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ବାରମ୍ବାର କଟାକ୍ଷ କରୁଥିବାବେଳେ ଏବେ ଶ୍ରୀମୟୀଙ୍କ ସହ ସ୍ବର ମିଶାଇ ଏଲିନା ଦାଶ ବରିଷ୍ଠ ନେତାଙ୍କୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି। ଶ୍ରୀମୟୀ ସାମାଜିକ ଗଣମାଧ୍ୟମରେ କିଛି ବିଜେଡି କର୍ମୀଙ୍କ ପୋଷ୍ଟକୁ ସ୍କ୍ରିନସଟ୍‌ ମାରି ଏହାକୁ ନିଜ ଆକାଉଣ୍ଟରେ ଅପ୍‌ଲୋଡ୍‌ କରିଛନ୍ତି। ସେ ଦର୍ଶାଇଛନ୍ତି, ହୁତୁହୁତୁ ହୋଇ ଜଳିବା ଆରମ୍ଭ ହେଲାଣି ବିପ୍ଳବର ବହ୍ନି। ହାରିଲ ତ ନିର୍ବାଚନ, ଆଉ କେତେ କାହାକୁ କରିବ ନିଲମ୍ବନ। ଖାଲି କ’ଣ ସେହିମାନଙ୍କୁ ମିଳିବ ଆରିସା, ଯେଉଁମାନେ ଜପିବେ ତାମିଲ ଚାଳିଶା। ନୂଆପଡ଼ା ଭୋଟ୍ ସରିବା ଯାଏଁ ସୁରକ୍ଷିତ ସ୍ଥାନ ଥିଲା ପଳାଶପଲ୍ଲୀ ଘର। ଆମେରିକା ଗସ୍ତର ମିଛ ପ୍ରଚାର କରୁଥିଲେ ତାଙ୍କ ଚାଟୁକାର। ହାରିଲା ପରେ ଏବେ ଟିମ୍‌ ଭାଇରସ୍‌ ନେତାଏ ମାଡୁନାହାନ୍ତି ଶଙ୍ଖଭବନ କି କରୁନାହାନ୍ତି ସମୀକ୍ଷା। ଖୋଜୁଛନ୍ତି ନିଜ ତ୍ରାଣ, କେମିତି କରିବେ ଆତ୍ମରକ୍ଷା। ଭଣ୍ଡଙ୍କ ପାଇଁ କଲେଣି ଓକିଲାତିର ଫନ୍ଦିଫିକର, କେଜାଣି ଦଳକୁ ଲାଗିଲା କାହା ନଜର। ସେହିପରି ଦଳୀୟ ନେତ୍ରୀ ଏଲିନା ଲେଖିଛନ୍ତି ଯେ, ଧାମନଗର ଉପନିର୍ବାଚନରୁ ଆରମ୍ଭ ବିଜେଡିର ପତନ। କେହି କଲେ ନାହିଁ ମାନସମନ୍ଥନ। ସେହି ନେତା ପୁଣି ନେଲେ ଦାୟିତ୍ବ। ନୂଆପଡ଼ା ହେଲା ଧ୍ବସ୍ତବିଧ୍ବସ୍ତ। ପ୍ରକୃତରେ କ’ଣ ଅଣଓଡ଼ିଆର ସବୁ ଦୋଷ? ସବୁରି ମୂଳରେ କ୍ରୀତଦାସ। ହେ ମହାପ୍ରଭୁ କୋଟିଏ ବିଜେଡି କର୍ମୀଙ୍କୁ ସାହା ହୁଅ। ଏହି କୁଚକ୍ରୀ ଗ୍ରୁପ୍ ଭିତରୁ ଦଳକୁ ଉଦ୍ଧାର କର।

- Advertisement -

ପରାଜୟ ନେଇ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ କହିଛନ୍ତି, ଜୀବନରେ ଉତ୍‌ଥାନ-ପତନ ଅଛି। ନୂଆପଡ଼ାରେ ଆମେ ଭଲ ଫଳାଫଳ କରିବୁ ବୋଲି ଆଶାବାଦୀ ଥିଲୁ। ସେଠାରେ ପୂର୍ବରୁ ବହୁ ଭୋଟ୍‌ରେ ଆମେ ଜିତିଛୁ। ନିର୍ବାଚନ ଫଳାଫଳରେ କର୍ମୀ ହତୋତ୍ସାହ ହୁଅନ୍ତୁ ନାହିଁ। ଆଗାମୀ ଦିନରେ ବିଜେଡି ପୂର୍ବ ଅବସ୍ଥାକୁ ଫେରିବ। ନବୀନଙ୍କ ଲୋକପ୍ରିୟତା ପୂର୍ବପରି ରହିଛି। ଏହାସତ୍ତ୍ବେ ଆମେ କାହିଁକି ହାରିଲୁ, ତା’ର ସମୀକ୍ଷା ହେବା ଦରକାର। ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ନୂଆପଡ଼ାରେ ପରାଜୟ ନୁହେଁ, ବିପର୍ଯ୍ୟୟ ହୋଇଛି। ଏହା ବିଜେଡିକୁ ପ୍ରଭାବିତ କରିବ। ସମସ୍ତେ ଏଥିରେ ବ୍ୟଥିତ। କିଛି ସମୟ ପାଇଁ ବିଜେଡି ଯନ୍ତ୍ରଣା ପାଇବ। ପରେ ପାଉଁଶ ଗଦାରୁ ଉଠି ପୁନର୍ବାର ଲୋକସେବାରେ ନିଜକୁ ସମର୍ପିତ କରିବା ସହ ଆସ୍ଥାଭାଜନ ହୋଇ ପୂର୍ବସ୍ଥିତିକୁ ଫେରିବ। ନୂଆପଡ଼ାରେ ଆମେ ତୃତୀୟ ସ୍ଥାନକୁ ଚାଲିଗଲୁ।

ପରାଜୟର କାରଣ ଖୋଜିବାକୁ ପଡ଼ିବ। ଏହା ତଦନ୍ତ ସାପେକ୍ଷ। ବରିଷ୍ଠ ନେତା ତଥା କଟକ ମହାନଗର ନିଗମ ମେୟର ସୁବାସ ସିଂହ କହିଛନ୍ତି, ଭୋଟ୍ ପରିଚାଳନାରେ ବଡ଼ ଧରଣର ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଛି। ୪୨ ବୁଥ୍‌୍ରେ ୯୧% ମତଦାନ ହୋଇଛି। ଏହାକୁ କେହି ବିଶ୍ବାସ କରିପାରୁନାହାନ୍ତି। ଦଳ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଏ ସମ୍ପର୍କରେ ପ୍ରଶ୍ନ ଉଠାଇଛି। ହାର-ଜିତ୍ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଏହି ଉପନିର୍ବାଚନ ଆମକୁ ଏକ ବଡ଼ ଶିକ୍ଷା ଦେଇଛି। ଆମେ ତା’କୁ ଅନୁଧ୍ୟାନ କରୁଛୁ। ଉତ୍ସର୍ଗୀକୃତ ଭାବେ ସେବା କରିବା ସଙ୍କଳ୍ପ ନେଇ ଦଳ ଆଗକୁ ବଢ଼ୁଛି। ଆମେ ନିଷ୍ଠା ଓ ଆତ୍ମବିଶ୍ବାସ ସହ ନିର୍ବାଚନ ଲଢ଼ୁଥିଲୁ। ଭଲ ଲଢ଼େଇ ହେବ ବୋଲି ଆମେ ଆଶାବାଦୀ ଥିଲୁ। ପରାଜୟ ନେଇ ଆମେ ଆତ୍ମସମୀକ୍ଷା କରୁଛୁ। ନବୀନଙ୍କ ମ୍ୟାଜିକ କାମ କରୁନି ବୋଲି କହିବା ଅବାସ୍ତବ କଥା।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories