www.samajalive.in
Monday, December 15, 2025
27.1 C
Bhubaneswar

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦର ପୂର୍ଣ୍ଣଚ୍ଛେଦ ; ଉଚ୍ଚ ନ୍ୟାୟାଳୟରେ ସମସ୍ତ ମାମଲା ଖାରଜ

କଟକ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲା ସମେତ ସମସ୍ତ ମଧ୍ୟବର୍ତ୍ତୀକାଳୀନ (ଇଣ୍ଟରଭେନିଙ୍ଗ ପିଟିସନ)କୁ ଖାରଜ କରିଛନ୍ତି ଉଚ୍ଚ ନ୍ୟାୟାଳୟ। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହି ମାମଲା ସୁପ୍ରିମକୋର୍ଟରେ ଖାରଜ ହୋଇ ସାରିଥିବାରୁ ହାଇକୋର୍ଟରେ ମାମଲା ଆଉ ରହିବାର ଆବଶ୍ୟକତା ନଥିବା ଦର୍ଶାଇ ସମସ୍ତ ମାମଲାକୁ ଖାରଜ କରିଛନ୍ତି। ପୁରୀର ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ମୂଳ ମାମଲା ରୁଜୁ ହୋଇଥିବାବେଳେ ଏହା ଉପରେ ଦୁଇଟି ଇଣ୍ଟରଭେନିଙ୍ଗ ମାମଲା ମଧ୍ୟ ଦାୟର ହୋଇଥିଲା। ଏହା ସହିତ ଅବସରପ୍ରାପ୍ତ ଆଏଏସ୍ ସୁଦର୍ଶନ ନାୟକ ଓ ସାହିତ୍ୟିକ ଭୁବନାନନ୍ଦ ମହାନ୍ତିଙ୍କ ପକ୍ଷରୁ ଅନ୍ୟ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଜୁନ ୩ ତାରିଖରେ ସୁପ୍ରିମକୋର୍ଟ ଏପରି ମାମଲାର ଶୁଣାଣି କରି ଏହା ଜନସ୍ୱାର୍ଥ ମାମଲା ନୁହେଁ ବୋଲି କହିବା ସହିତ ଦୁଇ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କାର ଅର୍ଥଦଣ୍ଡ କରିଥିଲେ।
ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ କହିଥିଲେ ଯେ ରାଜ୍ୟ ସରକାର କରୁଥିବା କାର୍ଯ୍ୟ ବୃହତ୍ତର ଜନସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆନସିଏଣ୍ଟ ମନୋମେଣ୍ଟସ ଆଣ୍ଡ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ ୧୯୫୮ ଅନୁଯାୟୀ ହେଉଛି। ପ୍ରତ୍ନତତ୍ତ୍ବ ବିଭାଗ ରିପୋର୍ଟକୁ ବିରୋଧ କରି ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ପ୍ରତ୍ନତତ୍ୱ ବିଭାଗ ଡ଼ିଜି ଯୁକ୍ତି ରଖୁଥିବା ବେଳେ ଏହା ମିଥ୍ୟା ଯୁକ୍ତି ବୋଲି ଅନୁଭବ କରିଥିଲେ ସୁପ୍ରିମକୋର୍ଟ। ଭକ୍ତମାନଙ୍କର ସୁବିଧା ସୁଯୋଗ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଥିବା କହିଥିଲେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ସ୍ପେଶାଲ ଲିଭ ପିଟିସନ ଦୁଇଟି ମୂଲ୍ୟହୀନ ଓ ଜନସ୍ୱାର୍ଥ ବିରୋଧୀ ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories