www.samajalive.in
Sunday, December 7, 2025
26.1 C
Bhubaneswar

ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର ‘ନୂଆଁଖାଇର୍‍ ଫଏସଲା’ 

ବଲାଙ୍ଗିର: ବିପିଏସ୍‍ ପ୍ରଡକ୍ସନର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ନେଇ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ନୂଆଁଖାଇର୍‍ ଫଏସଲା’ ମୁକ୍ତିଲାଭ କରିଛି। ବିଶିଷ୍ଟ ନାଟ୍ୟକାର ଜଗଦାନନ୍ଦ ଛୁରିଆ ଏହାର କାହାଣୀ ରଚନା କରିଥିବା ବେଳେ ଏହାକୁ ଦୈତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଏସ୍‍ ସରୋଜ କୁମାର ଓ ବିନୋଦ କୁମାର କାଲସାଏ। ଏଥିରେ ବରିଷ୍ଠ କଳାକାର କପିଳେଶ୍ୱର ଖମାରୀ, ହିମାଂଶୁ ଖମାରୀ, ଅଶୋକ ମିଶ୍ର, ଲଲିତ ଫୁଜାରୀ, ଗୋବିନ୍ଦ ଭୋଇ, ଯୁବ ସାମ୍ବାଦିକ ତଥା ନାଟ୍ୟ କଳାକାର ମୁକେଶ ବହିଦାର, ଶୁଭମ ସାହୁ, ସର୍ମିଷ୍ଠା ଦୋରା, ଅଷ୍ଟମୀ ନାଗ ପ୍ରମୁଖ ଅଭିନୟ କରିଛନ୍ତି। ଏହାର ପ୍ରଯୋଜନା ଦାୟିତ୍ୱ ରବି ଖମାରୀ ଏବଂ ସହ ପ୍ରଯୋଜକ ଭାବେ ଗୋବିନ୍ଦଚନ୍ଦ୍ର ଶତପଥୀ ଦାୟିତ୍ୱ ନିର୍ବାହ କରିଛନ୍ତି। ଏସପି ଫଟୋଗ୍ରାଫୀର କ୍ୟାମେରାମ୍ୟାନ ଶଶି, ସଂଗ୍ରାମ ଓ ସୁରଜ ଚିତ୍ର ଉତ୍ତୋଳନ କରିଥିଲେ। ବଲାଙ୍ଗିର ସହରର ଆଖପାଖ ଅଞ୍ଚଳରେ ଏହାର ସୁଟିଂ କରାଯାଇଥିଲା। ଏହା ଏକ ଭିନ୍ନ ଧରଣର କ୍ଷୁଦ୍ର ଚଳଚିତ୍ର ହୋଇଥିବାରୁ ଦର୍ଶକଙ୍କ ମହଲରେ ବେଶ ଆଦୃତ ହୋଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories