www.samajalive.in
Saturday, December 6, 2025
16.1 C
Bhubaneswar

‘ସୁନ୍ଦରୀ’ ପାଇଁ ନବୀନଙ୍କୁ ଚିଠି ଲେଖିଲେ ଶିବରାଜ

ଭୁବନେଶ୍ଵର: ବାଘୁଣୀ ‘ସୁନ୍ଦରୀ’ର ଯତ୍ନ ନେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇନେବା ପର୍ଯ୍ୟନ୍ତ ତା’ର ଯତ୍ନ ନେବା ଲାଗି ଶିବରାଜ ଚିଠିରେ ଅନୁରୋଧ କରିଛନ୍ତି।

- Advertisement -

ଓଡ଼ିଶାରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ତ୍ଵରାନିତ କରିବା ସହିତ  ବାଘ ବଂଶ ବୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ଆଗ୍ରହ କ୍ରମେ ମଧ୍ୟପ୍ରଦେଶ ସରକାର ୨୦୧୮ରେ ଏକ ଯୋଡ଼ା ବାଘ ପ୍ରଦାନ କରିଥିଲେ। ବାଘୁଣୀ ସୁନ୍ଦରୀ ସହିତ ତା’ର ଏକ ପୁରୁଷ ସାଥୀ ଓଡ଼ିଶା ଆସିଥିଲା। ଓଡ଼ିଶାର ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କିଛି ଦିନ ରହିବା ପରେ ବାଘର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ବାଘୁଣୀ ହିଂସ୍ର ଆଚରଣ କରିବା ସହିତ ଜନସାଧାରଣଙ୍କର କ୍ଷତି ଘଟାଇଥିଲା। ପରେ ତାକୁ ସାତକୋଶିଆରୁ ସ୍ଥାନାନ୍ତର କରି ଅନ୍ୟତ୍ର ନିଆଯାଇଥିଲା।

ବର୍ତ୍ତମାନ ଓଡ଼ିଶା ସରକାର ଏବଂ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣଙ୍କ ଅନୁରୋଧ କ୍ରମେ ମଧ୍ୟପ୍ରଦେଶ ସରକାର ସୁନ୍ଦରୀକୁ ନିଜ ରାଜ୍ୟକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସୁନ୍ଦରୀ ରହିବା ପାଇଁ ମଧ୍ୟପ୍ରଦେଶର କାହ୍ନା ଟାଇଭର ରିଜର୍ଭରେ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ସୁନ୍ଦରୀକୁ ନେବା ପର୍ଯ୍ୟନ୍ତ ଓଡ଼ିଶା ସରକାର ତା’ର ଉପଯୁକ୍ତ ଯତ୍ନ ନେବା ଲାଗି ଶିବରାଜ ଅନୁରୋଧ କରିଛନ୍ତି। ଏ ନେଇ ସେ ଟ୍ବିଟ୍‌ କରି ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories