www.samajalive.in
Saturday, December 6, 2025
23.1 C
Bhubaneswar

ଶୀତଦିନେ କେଶ ଝଡିବା ଆପଣଙ୍କ ପାଇଁ ସମସ୍ୟା ପାଲଟିଛି କି ?

ଆପଣଙ୍କ କେଶ ଶୀତଦିନେ ଅଧିକ ଝଡିଥାଏ କି ? କେଶ ଝଡ଼ିବାର କାରଣରୁ ସଭିଁଏ ଖୁବ ଚିନ୍ତିତ ମଧ୍ୟ ରହିଥାଆନ୍ତି। ଶୀତଦିନେ କେବଳ ତ୍ୱଚା ନୁହେଁ କେଶ ମଧ୍ୟ ରୁକ୍ଷ ହୋଇଥାଏ। ଏପରି ସମୟରେ କେଶର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଯେପରି କେଶକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିପାରିବ। ଯାହାଦ୍ୱାରା କେଶ ମଜଭୂତ ହୋଇପାରିବ। ଜାଣନ୍ତୁ କେଶ ଝଡିବାର କାରଣ ଓ ଉପାୟ….
ପୋଷଣର ଅଭାବ କେଶ ଝଡିବାର ମୁଖ୍ୟ କାରଣ। ଏହାବ୍ୟତୀତ ଅନ୍ୟ କିଛି କାରଣ ମଧ୍ୟ ଜାଣନ୍ତୁ….
– ଚିନ୍ତାଗ୍ରସ୍ତ
– ଥଣ୍ଡା ଲାଗି ରହିଲେ
– ଭିଟାମିନ-ବିର ଅଭାବ
– ରୂପି
– ଜଳରେ ପ୍ରଦୂଷଣର ମାତ୍ରା
– କେଶ ମୂଳ କିଛି କାରଣରୁ ଦୁର୍ବଳ
କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ପ୍ରତି ଧ୍ୟାନ ଦେବା ସହ ଆପଣାଇ ପାରିବେ….
ନଡିଆତେଲ – କେଶ ପାଇଁ ନଡିଆ ତେଲ ଖୁବ ଉପକାରୀ। ନଡିଆତେଲକୁ ଅଳ୍ପ ଗରମ କରି କେଶ ମୂଳରେ ମାଲିସ କରନ୍ତୁ। ଏହାଦ୍ୱାରା କେଶ ମୂଳ ମଜଭୂତ ହୋଇଥାଏ। ଏହାସହ ନଡିଆ ରସକୁ କେଶ ମୂଳରେ ଲଗାଇ ୧ ଘଣ୍ଟା ରଖିବା ପରେ ସାମ୍ପୁ କରି ଦିଅନ୍ତୁ। ଏହା ମଧ୍ୟ କେଶକୁ ମଜଭୂତ କରେ। କେଶ ଲମ୍ବା ହୋଇଥାଏ।
ମନ୍ଦାର ଫୁଲ- ମନ୍ଦାରଫୁଲକୁ ପେଷି ନଡିଆତେଲରେ ମିଶାଇ କେଶରେ ଲଗାନ୍ତୁ। ୧ ଘଣ୍ଟା ରଖିବା ପରେ କେଶ ସାମ୍ପୁ କରି ଦିଅନ୍ତୁ। ଏହା ରୂପରୁ ମୁକ୍ତି ଦେଇଥାଏ।
ଅଣ୍ଡା – ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ। ଏହାସହ ଏଥିରେ ଜିଙ୍କ, ମିନେରାଲନ୍ସ, ସଲଫର ରହିଛି। ଏହା କେଶକୁ ଖୁବ ପୋଷଣ ପ୍ରଦାନ କରିଥାଏ। ଅଣ୍ଡାର ଧଳା ଅଂଶରେ ଅଲିଭ ଅଏଲ ମିଶାଇ ଏହାକୁ କେଶରେ ଲଗାନ୍ତୁ। ୩୦ ମିନିଟ ପରେ କେଶ ଧୋଇ ଦିଅନ୍ତୁ।
ପିଆଜ – ପିଆଜର ରସ କେଶରେ ଲଗାଇବା ଦ୍ୱାରା ଏହା କେବଳ କେଶ ଝଡିବା ସମସ୍ୟାକୁ ଦୂର କରିନଥାଏ ବରଂ କେଶକୁ ଲମ୍ବା କରିବାରେ ସାହାଯ୍ୟ କରିଥାଏ। ସପ୍ତାହକୁ ୨ଥର କେଶରେ ପିଆଜର ରସ ନିଶ୍ଚୟ ଲଗାନ୍ତୁ।
ରସୁଣ – ରସୁଣ କେଶ ପାଇଁ ଖୁବ ଉପକାରୀ। ନଡିଆ ତେଲରେ ରସୁଣ ରସକୁ ମିଶାଇ କେଶରେ ଲଗାନ୍ତୁ।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories