www.samajalive.in
Wednesday, December 10, 2025
14.1 C
Bhubaneswar

ଆଜି ହେବ ୩ କରୋନା ଟିକାକୁ ଜରୁରିକାଳୀନ ଅନୁମତି ପାଇଁ ଆବେଦନର ସମୀକ୍ଷା

ନୂଆଦିଲ୍ଲୀ: କିଛି ସପ୍ତାହ ମଧ୍ୟରେ କରୋନା ଟିକା ଉପଲବ୍ଧ ହେବ ବୋଲି ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଙ୍କେତ ଦେବା ପରେ ଭାରତରେ ଖୁବ୍‌ଶୀଘ୍ର ଟିକା ଲଞ୍ଚ୍‌ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଟିକା ଆସିବା ପରେ ପ୍ରଥମେ ବୟସ୍କ ବ୍ୟକ୍ତି ଏବଂ କରୋନା ଯୋଦ୍ଧାଙ୍କୁ ଏହା ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ ଜରୁରିକାଳୀନ ପରିସ୍ଥିତିରେ ୩ଟି ଟିକାକୁ ଅନୁମତି ଦେବା ଲାଗି ହୋଇଥିବା ଆବେଦନ ଉପରେ ବୁଧବାର ସମୀକ୍ଷା କରାଯିବ। ବିଶେଷଜ୍ଞ ଟିମ୍‌କୁ ନେଇ ଆଜି ବୈଠକ ହେବ ବୋଲି ସୂଚନା ମିଳିଛି।

ଜରୁରିକାଳୀନ ଅନୁମୋଦନ ପାଇଁ ଆବେଦନ କରିଥିବା ୩ଟି ସଂସ୍ଥା ହେଲେ ଆମେରିକୀୟ କମ୍ପାନୀ ଫାଇଜର, ଭାରତ ବାୟୋଟେକ୍‌ ଏବଂ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ। ଏହି ୩ଟି ଫାର୍ମା କମ୍ପାନୀ କିଛିଦିନ ତଳେ କେନ୍ଦ୍ରୀୟ ଔଷଧ ନିୟାମକ(ଡିସିଜିଆଇ)କୁ ଜରୁରିକାଳୀନ ଅନୁମୋଦନ ପାଇଁ ଆବେଦନ କରିଥିଲେ।

- Advertisement -

ଏହା ପରେ କେନ୍ଦ୍ରୀୟ ଡ୍ରଗ୍‌ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେଶନ(ସିଡିଏସସିଓ) ପକ୍ଷରୁ କମ୍ପାନୀଗୁଡ଼ିକର ସମୀକ୍ଷା କରାଯିବ। ଫାଇଜର ଇଣ୍ଡିଆ ଗତ ୪ ତାରିଖରେ ଡିସିଜିଆଇକୁ ଆବେଦନ କରି ଅନୁମୋଦନ ମାଗିଥିଲା। ଏହା ପୂର୍ବରୁ ବ୍ରିଟେନ ଏବଂ ବାହାରିନ୍‌ ଫାଇଜରକୁ ଅନୁମୋଦନ ମିଳିସାରିଥିଲା। ଏହା ପରେ ୬ ତାରିଖରେ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍‌ ଅକ୍ସଫୋର୍ଡ ଏବଂ ଏଷ୍ଟ୍ରାଜେନେକାର ଟିକା ପାଇଁ ଅନୁମତି ମାଗିଥିଲା। ଏହା ସହିତ ଭାରତ ବାୟୋଟେକ୍‌ ୭ ତାରିଖରେ ଜରୁରିକାଳୀନ ଅନୁମତି ପାଇଁ ଆବେଦନ କରିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories