www.samajalive.in
Monday, December 8, 2025
27.1 C
Bhubaneswar

ଶେୟାର ବଜାରରେ ଦ୍ରୁତ ବୃଦ୍ଧି; ପ୍ରଥମ ଥର ଲାଗି ୪୬,୦୦୦ ଅଙ୍କ ଟପିଲା ସେନ୍‌ସେକ୍ସ

ମୁମ୍ବଇ: ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଯୋଗୁ ବୁଧବାର ସପ୍ତାହର ୩ୟ କାରବାର ଦିବସରେ ଶେୟାର ବଜାରରେ ବୃଦ୍ଧି ଘଟିଛି। ଆଜି ଉଭୟେ ସେନ୍‌ସେକ୍ସ ଏବଂ ନିଫ୍‌ଟି ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛନ୍ତି। ଦ୍ବିପ୍ରହର ୧ଟା ୫୧ ମିନିଟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ପ୍ରମୁଖ ଇଣ୍ଡେକ୍ସ ସେନ୍‌ସେକ୍ସ ୪୨୬.୬୫ ଅଙ୍କ(୦.୯୪%) ବୃଦ୍ଧି ପାଇ ୪୬୦୩୫.୧୬ ସ୍ତରରେ ପହଞ୍ଚିଥିଲା।

- Advertisement -

ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍‌ଟି ୧୧୮.୭୫ ଅଙ୍କ(୦.୮୯%) ବୃଦ୍ଧି ପାଇ ୧୩୫୧୧.୭ ସ୍ତରରେ ରହିଥିଲା। ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ସମେତ କରୋନା ଟିକାକୁ ନେଇ ସକରାତ୍ମକ ଖବର ଏବଂ ଆମେରିକାର ଆଉ ଏକ ପ୍ରୋତ୍ସାହନ ପ୍ୟାକେଜ୍‌  ସମ୍ପର୍କିତ ଖବର ଯୋଗୁ ଶେୟାର ବଜାରରେ ବୃଦ୍ଧି ଘଟିଥିବା ସୂଚନା ମିଳିଛି।

ବୁଧବାର ସକାଳେ ଶେୟାର ବଜାର ଖୋଲିବା ପରେ ସେନ୍‌ସେକ୍ସ ୨୫୪.୪୮ ପଏଣ୍ଟ(୦.୫୬%) ବୃଦ୍ଧି ପାଇ ୪୫୮୬୨.୯୯ ସ୍ତରରେ ପହଞ୍ଚିଥିଲା। ଅନ୍ୟପଟେ ନିଫ୍‌ଟି ଆରମ୍ଭରୁ ୭୪.୬ ଅଙ୍କ(୦.୫୬%) ଦ୍ରୁତ ବୃଦ୍ଧି ସହିତ ୧୩୪୬୭.୬ ସ୍ତରରେ ପହଞ୍ଚିଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଟିସିଏସ ଏବଂ ଇନ୍‌ଫୋସିସ୍‌ ଭଳି ବଡ଼ ବଡ଼ ଅଂଶୀଦାର ଶେୟାର ବଜାରକୁ ଅଧିକ ମଜଭୁତ କରିଥିଲେ।

ସୂଚନା ଅନୁସାରେ, ଗତ ମାର୍ଚ୍ଚରେ ସେନ୍‌ସେକ୍ସ ସର୍ବନିମ୍ନ ସ୍ତରରେ ପହଞ୍ଚିବା ପରେ ଅକ୍ଟୋବର ୮ରେ ଏହା ୪୦,୦୦୦ ଅଙ୍କ ଟପି ୪୦୧୮୨ ସ୍ତରରେ ପହଞ୍ଚିଥିଲା। ଏହା ପରେ ନଭେମ୍ବର ୫ରେ ସେନ୍‌ସେକ୍ସ ୪୧,୩୪୦ ସ୍ତରରେ ବନ୍ଦ ହୋଇଥିଲା। ୧୦ ନଭେମ୍ବରରେ ସେନ୍‌ସେକ୍ସ ୪୩,୨୨୭ରେ ପହଞ୍ଚିଲା। ନଭେମ୍ବର ୧୮ରେ ୪୪,୧୮୦ ଏବଂ ଡିସେମ୍ବର ୪ରେ ସେନ୍‌ସେକ୍ସ ୪୫,୦୦୦ ଅଙ୍କ ଟପିଥିଲା।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories