www.samajalive.in
Sunday, December 7, 2025
26.1 C
Bhubaneswar

ସବୁ ଗାଁ ହେବ ୱାଇଫାଇ; ସରକାର ଆଣିଲେ ପିଏମ-ବାଣୀ ଯୋଜନା

ନୂଆଦିଲ୍ଲୀ: ଏଣିକି ଗ୍ରାମାଞ୍ଚଳ ହେବ ୱାଇଫାଇ। ମାଗଣାରେ ଉପଲବ୍ଧ ହେବ ଇଣ୍ଟରନେଟ୍‌ ସେବା। ୱାଇଫାଇ ଜରିଆରେ ବ୍ୟବହାରକାରୀ ଇଣ୍ଟରନେଟ୍‌ ସୁବିଧା ପାଇବେ। ଏଥିପାଇଁ କେନ୍ଦ୍ର ସରକାର ପିଏମ-ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ। ପିଏମ-ବାଣୀ ଯୋଜନାରେ ସରକାର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସୁବିଧା ଯୋଗାଇଦେବେ। ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Image Courtesy: ET

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟବିନେଟ୍‌ ବୈଠକ ବସିଥିଲା। ବୈଠକରେ ପିଏମ-ବାଣୀ ଯୋଜନା ଲାଗୁ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଥିଲେ। ଗ୍ରାମାଞ୍ଚଳରେ ଯେପରି ଇଣ୍ଟରନେଟ୍‌ ସୁବିଧା ସହଜରେ ଉପଲବ୍ଧ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ଏହି ଯୋଜନା ଲାଗୁ କରାଯାଇଛି।

- Advertisement -

ଏହି ଯୋଜନା ଅଧୀନରେ ଦେଶର ଗ୍ରାମାଞ୍ଚଳଗୁଡ଼ିକରେ ୧ କୋଟି ଡାଟା ସେଣ୍ଟର ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଲାକ୍ଷ୍ବାଦୀପରେ ଯୋଗାଯୋଗ ବ୍ୟବସ୍ଥା ନେଇ ନିଷ୍ପତ୍ତି ହୋଇଛି। ଲକ୍ଷ୍ବାଦୀପରେ ଅଣ୍ଡରଗ୍ରାଉଣ୍ଡ କେବୁଲ ପାଇଁ ୧୦୭୨ କୋଟି ଟଙ୍କା ଖର୍ଚ୍ଚ କରାଯିବା ନେଇ ମଧ୍ୟ କ୍ୟାବିନେଟ୍‌ରେ ଚୂଡ଼ାନ୍ତ ହୋଇଛି। ଅରୁଣାଚଳ ପ୍ରଦେଶରେ ୪-ଜି ସେବା ​‌ଦେବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories