www.samajalive.in
Saturday, December 6, 2025
14.1 C
Bhubaneswar

ନିର୍ବାଚନ ପରର ପ୍ରଥମ ଟାଗେର୍ଟ; ବିଜେଡି ଓ କଂଗ୍ରେସକୁ ହିସାବ ମାଗିଲେ ଶିବରାଜ

ଭୁବନେଶ୍ବର: ସଭ୍ୟ ସଂଗ୍ରହ ଅଭିଯାନରେ ଓଡିଶା ଆସିଥିବା ମଧ୍ୟପ୍ରଦେଶ ପୂର୍ବତନ ମୁଖମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହ୍ବାନ୍ ଉଭୟ ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି । ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋନିଆ ଗାନ୍ଧୀଙ୍କ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ପଦ ଗ୍ରହଣକୁ ସମାଲୋଚନା କରି ଶିବରାଜ କହିଛନ୍ତି ବାରମ୍ବାର ପରାଜୟ ସତ୍ତ୍ବେ କଂଗ୍ରେସ ଶିକ୍ଷା ଲାଭ କରିବାର ନାମ ଧରୁନାହିଁ । ସେ ଆହୁରି କହିଛନ୍ତି କଂଗ୍ରେସ କେବଳ ପରିବାରବାଦ ରାଜନୀତି ଉପରେ ନିର୍ଭର କରୁଛି । ସେ ରାଜ୍ୟ ବିଜେଡି ସରକରଙ୍କୁ ମଧ୍ୟ ସମାଲୋଚନା କରି ଆୟୁଷ୍ମାନ ଯୋଜନା ପରିବର୍ତ୍ତେ କାଳିଆ ଯୋଜନାର ଯର୍ଥାତତା ନେଇ ପ୍ରଶ୍ନ କରିଛନ୍ତି ।

ଶନିବାର ଶିବରାଜ ଧଉଳିରେ ନିଜ ସଦସ୍ୟ ପଦକୁ ଗ୍ରହଣ କରିବା ପରେ କେନ୍ଦ୍ରର ବିଜେପି ସରକାରଙ୍କ ଗୁଣଗାନ କରିଛନ୍ତି । ତିନି ତଲାକ୍ ପରି ଐତିହାସିକ ବିଲ୍ ପାସ କରି ବିଜେପି ଜନତାଙ୍କର ଅଧିକ ନିକଟତର ହୋଇ ପାରିଛି ବୋଲି ସେ କହିଛନ୍ତି । ଏହି ଅବସରରେ ରାଜ୍ୟ ସରକାର ଶ୍ବେତପତ୍ର ଜରିଆରେ ରାଜ୍ୟ ଚାଷୀ ତାଲିକା ପ୍ରକାଶ ପାରିବାକୁ ସେ ଦାବି କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories