କୋଣାର୍କ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଟିକେଟ ଅଭାବରୁ ଟିକେଟ କାଉଣ୍ଟରରେ ରବିବାର ପର୍ଯ୍ୟଟକଙ୍କୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଛି। ରବିବାର ହୋଇଥିବାରୁ ସକାଳୁ ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ ଆସିଥିଲେ। ସୂଚନା ଅନୁଯାୟୀ, ହଜାରେ ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯିବା ପରେ କାଉଣ୍ଟରରେ ଆଉ ଟିକେଟ ମିଳିନଥିଲା। ଫଳରେ କାଉଣ୍ଟର ସମ୍ମୁଖରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ଟିକେଟ ନ ମିଳିବାରୁ ଅନେକ ପର୍ଯ୍ୟଟକ ବାଧ୍ୟ ହୋଇ ଫେରିଯାଇଥିବା ଜଣାପଡ଼ିଛି।
Popular Categories



