www.samajalive.in
Friday, December 5, 2025
20.1 C
Bhubaneswar

ଚଳନ୍ତା ଟ୍ରେନରୁ ଗଞ୍ଜେଇ ବସ୍ତା ଖସି ୩ ଗ୍ୟାଙ୍ଗମ୍ୟାନ ଆହତ

ଢେଙ୍କାନାଳ : ଚଳନ୍ତା ଟ୍ରେନରୁ ଗଞ୍ଜେଇ ବସ୍ତା ଖସି ରବିବାର ୩ ଜଣ ଗ୍ୟାଙ୍ଗମ୍ୟାନ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଢେଙ୍କାନାଳ ଜିଲା ଶ୍ୟାମାଚରଣପୁର- ଢେଙ୍କାନାଳ ମୁଖ୍ୟ ରେଲୱେ ଷ୍ଟେସନ ମଝିରେ ଥିବା କଇଁଥପୋଲିଆ ନିକଟରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ଢେଙ୍କାନାଳ ଓ ଶ୍ୟାମାଚରଣପୁର ଷ୍ଟେସନ ମଝିରେ ସମ୍ବଲପୁର – ହାୱାଡ଼ା ଏକ୍ସପ୍ରେସ ଟ୍ରେନ ଯାଉଥିବା ସମୟରେ କେହି ଦୁର୍ବୃତ୍ତ ଟ୍ରେନ ଭିତରୁ କିଛି ବସ୍ତା ଗଞ୍ଜେଇ ବାହାରକୁ ଫିଙ୍ଗିଥିଲେ। ସେହି ବସ୍ତା ଗୁଡ଼ିକ ରେଳ ଧାରଣା ନିକଟରେ କାମ କରୁଥିବା ୩ ଜଣ ଗ୍ୟାଙ୍ଗମ୍ୟାନଙ୍କ ଉପରେ ପଡ଼ିଥିଲା। ଫଳରେ ସେମାନେ ଆହତ ହୋଇଥିଲେ। ବସ୍ତାରେ ପ୍ରାୟ ୧କ୍ୱିଣ୍ଟାଲ ଗଞ୍ଜେଇ ଥିବା ଜଣାପଡ଼ିଛି। କେହି ଗଞ୍ଜେଇ ଚୋରାଚାଲାଣକାରୀ ହଠାତ ବସ୍ତା ଗୁଡ଼ିକୁ ଟ୍ରେନରୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories