ମୁମ୍ବଇ: ସଲମାନ ଖାନଙ୍କ ‘ଦବଙ୍ଗ-୩’ର ଠିକ୍ ସପ୍ତାହେ ପୂର୍ବରୁ ପରଦାକୁ ଆସିବ ରାଣୀ ମୁଖାର୍ଜୀଙ୍କ ‘ମର୍ଦ୍ଦାନୀ-୨’। ଚୁଲ୍ବୁଲ୍ ପାଣ୍ଡେଙ୍କ ଦବଙ୍ଗଗୀରି ପୂର୍ବରୁ ଆଇପିଏସ୍ ଶିବାନୀ ରୟ ପରଦାରେ ନିଜର ଯାଦୁ ଦେଖାଇବେ। ଚଳିତ ବର୍ଷ ଡିସେମ୍ବର ୧୩ ତାରିଖରେ ‘ମର୍ଦ୍ଦାନୀ-୨’ମୁକ୍ତିଲାଭ କରିବ ବୋଲି ଶନିବାର ଘୋଷଣା କରାଯାଇଛି। ଏଥିରେ ରାଣୀଙ୍କୁ ପୁଲିସ ଅଫିସର ଶିବାନୀ ଶିବାଜୀ ରୟ ଭୂମିକାରେ ଦେଖିବାକୁ ମିଳିବ ଏବଂ ତାଙ୍କର ମୁକାବିଲା ଜଣେ ୨୧ ବର୍ଷୀୟ ଦୁର୍ଦ୍ଦାନ୍ତ ଅପରାଧୀ ସହ ହେବ। ‘ମର୍ଦ୍ଦାନୀ-୨’ ହେଉଛି ୨୦୧୪ରେ ମୁକ୍ତିଲାଭ କରିଥିବା ‘ମର୍ଦ୍ଦାନୀ’ର ସିକ୍ଵେଲ। ୟଶରାଜ ଫିଲ୍ମସ ବ୍ୟାନରରେ ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଗୋପୀ ପୁଥରନ୍ ବହନ କରିଛନ୍ତି।
ସୂଚନାଯୋଗ୍ୟ, ‘ମର୍ଦ୍ଦାନୀ’ରେ ରାଣୀ ସିନିଅର ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଥିଲେ। ଏହା ବକ୍ସ ଅଫିସରେ ଉତ୍ତମ ପ୍ରଦର୍ଶନ କରିଥିଲା। ଏହାର ସିକ୍ଵେଲ ମଧ୍ୟ ଦର୍ଶକଙ୍କ ମନକୁ ଜିତିବାରେ ସଫଳ ହେବ ବୋଲି ରାଣୀ ଏବଂ ଟିମ୍ର ଆଶା ରହିଛି।



