www.samajalive.in
Saturday, December 6, 2025
19.1 C
Bhubaneswar

ଏହି ଶୈବପୀଠରେ ହୋଇଥାଏ ତାଣ୍ଡବ ଆଳତୀ

ମଧ୍ୟପ୍ରଦେଶର ଇନ୍ଦୋର ସହରର ପରଦେଶୀପୁରାରେ ଭଗବାନ ଶିବଙ୍କର ଏକ ପ୍ରସିଦ୍ଧ ମନ୍ଦିର ଅଛି। ଏହା ଗୋନ୍ଦେଶ୍ୱର ମହାଦେବ ମନ୍ଦିର ନାମରେ ବେଶ ଜଣାଶୁଣା। ଏହି ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ, ଏଠାରେ ପ୍ରଭୁ ମହେଶ୍ୱରଙ୍କର ତାଣ୍ଡବ ଆଳତୀ ହୋଇଥାଏ। ମନ୍ଦିରର ପୂଜାରୀ ନିଜେ ଗୋଟେ ଗୋଡ଼ରେ ଠିଆ ହୋଇ ଏହି ଆଳତୀ କରିଥାଆନ୍ତି। ଏହି ଆଳତୀ ଦୀର୍ଘ ଏକ ଘଣ୍ଟା ଧରି ହୋଇଥାଏ। ଏହି ଆଳତୀକୁ ଦେଖିବାକୁ ଦୂରଦୂରାନ୍ତରରୁ ଭକ୍ତମାନେ ଆସିଥାଆନ୍ତି। ଶ୍ରାବଣ ମାସରେ ଏହି ମନ୍ଦିରର ଶୋଭା ବାସ୍ତବିକ ଦର୍ଶନ ଯୋଗ୍ୟ ଅଟେ।
ମାନ୍ୟତା ରହିଛି ଯେ, ଏହି ମନ୍ଦିରରେ ପ୍ରାୟ ୧୫ ବର୍ଷ ହେବ ଏହି ଆଳତୀ ହେଉଛି। ତାଣ୍ଡବ ଆଳତୀ କରିବା ସମୟରେ ପୂଜାରୀ ୧୧୦୦ ରୁଦ୍ରାକ୍ଷ ଧାରଣ କରିଥାଆନ୍ତି। ଆଳତୀ କରିବା ସମୟରେ ପୂଜାରୀ ତାଣ୍ଡବ ନୃତ୍ୟର ବିଭିନ୍ନ ମୁଦ୍ରା ମଧ୍ୟ କରିଥାଆନ୍ତି। ଏହାକୁ ଦେଖି ଭକ୍ତମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଆନ୍ତି। ଏହାକୁ ଦେଖିବାକୁ ଭକ୍ତମାନେ ଉତ୍ସାହର ସହ ଅପେକ୍ଷା ମଧ୍ୟ କରିଥାଆନ୍ତି। ଏହି ଆଳତୀକୁ ଦେଖିବା ଦ୍ୱାରା ବହୁ ପୁଣ୍ୟ ମିଳିବା ସହ ଶୁଭଫଳ ମିଳେ ବୋଲି ମାନ୍ୟତା ରହିଛି।ମନ୍ଦିରର ଗର୍ଭଗୃହରେ ୧୨ଟି ଜ୍ୟୋର୍ତିଲିଙ୍ଗ ଓ ୪ ଧାମର ପ୍ରତିମା ରହିଛି। ଏହି କାରଣରୁ ମନ୍ଦିରର ମହାନତା ୨ ଗୁଣିତ ହୋଇଯାଏ। ତାଣ୍ଡବ ଆଳତୀ ଭିନ୍ନ ଭିନ୍ନ ନାମରେ ଜଣାଶୁଣା। ଯେପରି ଏହାକୁ ଓଁକାର ଆଳତୀ ମଧ୍ୟ କୁହାଯାଏ। ଏହାକୁ ଦେଖିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହେବା ସହ ପ୍ରଭୁ ମହେଶ୍ୱରଙ୍କ ବିଶେଷ କୃପା ମିଳିଥାଏ ବୋଲି କୁହାଯାଏ। ଏହା ବିଶ୍ୱର ଏକମାତ୍ର ମନ୍ଦିର ଯେଉଁଠାରେ ତାଣ୍ଡବ ଆଳତୀ ହୋଇଥାଏ ବୋଲି ମାନ୍ୟତା ରହିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories