www.samajalive.in
Saturday, December 6, 2025
15.1 C
Bhubaneswar

ଭାରତୀୟ ବୋଲରଙ୍କ କମାଲ : ଅଷ୍ଟ୍ରେଲିଆ ୧୯୧/୭

ଆଡିଲେଡ୍‌ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା  ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ଖେଳରେ ଭାରତୀୟ ବୋଲରମାନେ କମାଲ ଦେଖାଇଛନ୍ତି। ପଳରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୭ ୱିକେଟ ହରାଇ ୧୯୧ ରନ ସଂଗ୍ରହ କରିଛି। ଏବେ ମଧ୍ୟ ଅଷ୍ଟ୍ରେଲିଆ  ୫୯ ରନ୍ ପଛରେ ରହିଛି । ସୋମବାର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତର ସ୍କୋର  ୨୫୦/୯ ଥିଲା।  ତେବେ ଆଜି ଏଥିରେ ଆଉ କୌଣସି ରନ୍‌ ଯୋଡ଼ିବା ପୂର୍ବରୁ ଭାରତର ଶେଷ ଓ୍ଵିକେଟ ପତନ ଘଟିଥିଳା।

ଅଷ୍ଟ୍ରେଲିଆର ବ୍ୟାଟିଂ ଆରମ୍ଭ କରିବା ପରେ ପଥମରୁ ଦଳକୁ ଝଟକା ଲାଗିଥିଲା। ଇଶାନ୍ତ ଶର୍ମାଙ୍କ ଖେଳ ଆରମ୍ଭ ହେବା ପରେ ପ୍ରଥମ ତୃତୀୟ ବଲ୍‌ରେ ଫିଞ୍ଚଙ୍କୁ ବୋଲ୍ଡ ଆଉଟ୍‌ କରି ଦେଇଥିଲେ। ତେବେ ଫିଞ୍ଚଙ୍କ ଆଉଟ୍‌ ପରେ ଆଷ୍ଟ୍ରଲିଆ ଧର୍ଯ୍ୟର ସହିତ ବ୍ୟାଟିଂ କରିଥିଲା। ମାର୍କସ ହରିସଙ୍କ ସହିତ ଆସି କ୍ରିଜ୍‌ରେ ଯୋଗ ଦେଇଥିଲେ  ଖଓ୍ଵାଜା। ୨୧ତମ ଓଭରରେ ଯେତେବେଳେ ଅଷ୍ଟ୍ରେଲିଆର ସ୍କୋର ୪୫ ରନ୍‌ ଥିଲା, ସେତେବେଳେ ରବିଚନ୍ଦ୍ରନ ଅଶ୍ୱିନୀ ହରିସ୍‌ଙ୍କୁ ମୂରଲୀ ବିଜୟଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ।  ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଆଉ କୌଣସି ଓ୍ଵିକେଟ ହରାଇ ନ ଥିଲା। ପରେ ସନ୍‌ ମାର୍ସ ଓ ଖଓ୍ଵାଜାଙ୍କୁ ଅଶ୍ୱିନୀ ପାଭିଲିୟନର ରାସ୍ତା ଦେଖାଇଥିଲେ।

- Advertisement -

ତେବେ ୫ମ ଓ୍ଵିକେଟ ଯୋଡ଼ିରେ ହ୍ୟାଣ୍ଡସକମ୍ବ ଓ  ଟ୍ରାଭିସ ହେଡ୍‌  ୪୩ ରନ୍‌ର ପାର୍ଟନରସିପ କରି ଅଷ୍ଟ୍ରେଲିଆର ରନ୍‌ ସ୍କୋରକୁ ଶହେ ଅତିକ୍ରମ କରାଇଥିଲେ। ହେଲେ ଚା’ପାନ ବିରତି ପରେ ଯଶପ୍ରୀତ ବୁମ୍‌ରା  ହ୍ୟାଣ୍ଡ୍‌ସକମ୍ବ( ୩୪ ରନ)ଙ୍କୁ  ଆଉଟ୍‌ କରି ପୁଣି ମ୍ୟାଚ୍‌ର ଧାରା ଭାରତ ଆଡକୁ ଢ଼ଳାଇଛନ୍ତି। ଦ୍ୱିତୀୟ ଦିନର ଚାପାନ ବିରତି ସୁଦ୍ଧା ଅଷ୍ଟ୍ରେଲିଆ ୫ ଓ୍ଵିକେଟ ହରାଇ ସଂଗ୍ରହ କରିଥିଲା ୧୨୫ ରନ୍‌। ପରେ ଟିମ୍  ପାଇନେ ୫ ଓ ପାଟ କ୍ୟୁମିନ୍ସ ୧୦ ରନ କରି ଆଉଟ ହୋଇଯାଇଥିଲେ। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୧୯୧ ରନ ସଂଗ୍ରହ କରି ୫୯ ରନ୍ ପଛରେ ରହିଛି। ଷ୍ଟ୍ରାଭିସ ହେଡ ୬୧ ଓ ମିଚେଲ ଷ୍ଟ୍ରାକ ୮ ରନ କରି ଅପରାଜିତ ଅଛନ୍ତି।  ଭାରତ ପକ୍ଷରୁ ଇଶାନ୍ତ ଶର୍ମା ଓ ଯଶପ୍ରୀତ ବୁମ୍‌ରା ୨ଟି ଲେଖାଁଏ ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ  ୩ଟି ୱିକେଟ ଅକ୍ତିଆର କରିଛନ୍ତି।

ପ୍ରଥମ  ଇନିଙ୍ଗସରେ ଭାରତର ଚେତେଶ୍ୱର ପୂଜାରାଙ୍କ ଶତକ ବଳରେ ଭାରତ ୨୫୦ ରନ୍‌ ସଂଗ୍ରହ କରି ଅଲଆଉଟ୍‌ ହୋଇଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories