www.samajalive.in
Monday, December 15, 2025
16.1 C
Bhubaneswar

ଜାଣନ୍ତୁ , ମନସ୍କାମନା ପୂରଣ ପାଇଁ ଶିବଲିଙ୍ଗରେ କେଉଁ ଦ୍ରବ୍ୟରେ କରିବେ ଅଭିଷେକ

ଦେବଙ୍କ ଦେବ ମହାଦେବ ଖୁବ ସରଳ ପୂଜାର୍ଚ୍ଚନାରେ ପ୍ରସନ୍ନ ହୋଇଥାଆନ୍ତି। ଭଗବାନ ଶିବଙ୍କୁ କଲ୍ୟାଣର ଦେବତା ମଧ୍ୟ କୁହାଯାଏ। ସମସ୍ତ ମନସ୍କାମନା ପୂରଣ କରିବାର ଶକ୍ତି ଶିବଲିଙ୍ଗରେ ସମାହିତ ହୋଇ ରହିଥାଏ ବୋଲି କୁହାଯାଏ। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ, ଶିବଙ୍କୁ ଅଭିଷେକ ଖୁବ ପ୍ରିୟ। ଶିବଲିଙ୍ଗଙ୍କର ପୂଜା-ଅଭିଷେକ କରିବା ଦ୍ୱାରା ସମସ୍ତ ଦେବାଦେବୀଙ୍କୁ ଅଭିଷେକ କରିବା ସହ ସମାନ ଓ ଏହାର ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଶିବଲିଙ୍ଗରେ କେଉଁ ମନସ୍କାମନା ପୂରଣ ପାଇଁ କି ଦ୍ରବ୍ୟରେ ଅଭିଷେକ କରିବେ….
ଯଦି ବିବାହରେ ବାରମ୍ବାର ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି , ତେବେ ଏହି ସମସ୍ୟାର ସମାଧାନ ପାଇଁ ଆଖୁ ରସରେ ଶିବଲିଙ୍ଗଙ୍କର ଅଭିଷେକ କରନ୍ତୁ। କେସର ମିଶ୍ରିତ ଜଳରେ ମଧ୍ୟ ଅଭିଷେକ କଲେ ବିବାହ ସହ ଜଡ଼ିତ ସମସ୍ତ ସମସ୍ୟା ଦୂର ହୋଇ ଶୀଘ୍ର ବିବାହ ହୋଇଥାଏ। ଏହାସହ ଶିବଙ୍କ ବିଶେଷ କୃପା ପ୍ରାପ୍ତି ସହ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
କରଜ, ଧନସମ୍ପତ୍ତି ଜନିତ ସମସ୍ୟା ଲାଗି ରହୁଥିଲେ ମହୁରେ ଶିବଲିଙ୍ଗର ଅଭିଷେକ କରନ୍ତୁ।
ବାରମ୍ବାର ରୋଗ ହେଉଥିଲେ କିମ୍ବା ଶରୀର ଅସୁସ୍ଥ ରହୁଥିଲେ ଜଳ , କ୍ଷୀର, କଳା ରାଶି ମିଶାଇ ଅଭିଷେକ କରନ୍ତୁ। ଏହି ସମସ୍ୟା ନିଶ୍ଚୟ ଦୂର ହେବ।
ଶିବଲିଙ୍ଗଙ୍କୁ କଞ୍ଚା କ୍ଷୀରରେ ଅଭିଷେକ କରାଇଲେ ଆରୋଗ୍ୟ ପ୍ରାପ୍ତି ହେବା ସହ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ।
ଗାଈ ଘିଅରେ ଶିବଲିଙ୍ଗଙ୍କୁ ଅଭିଷେକ କରାଇଲେ ଧନସମ୍ପତ୍ତି , ବିଦ୍ୟାବୁଦ୍ଧି, ଆୟୁ ଆଦି ବୃଦ୍ଧି ପାଇଥାଏ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories