www.samajalive.in
Monday, December 15, 2025
15.1 C
Bhubaneswar

କୁଣ୍ଡଳୀରେ ନାହିଁ ‘ରାଜଯୋଗ’

ନୂଆଦିଲ୍ଲୀ : ଡି.କେ. ଶିବକୁମାରଙ୍କ କୁଣ୍ଡଳୀରେ ରାଜ ଯୋଗ ନାହିଁ। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ହେବାରୁ ଅଳ୍ପକେ ବର୍ତ୍ତିଗଲେ ବୋଲି ସୂଚନା ମିଳିଛି। ଗୁରୁଙ୍କ ପରାମର୍ଶକ୍ରମେ ସେ ଅପେକ୍ଷା କରିଛନ୍ତି। ୨୦୨୫ ନଭେମ୍ବର ସୁଦ୍ଧା ତାଙ୍କର ଭାଗ୍ୟୋଦୟ ହେବ ବୋଲି ଗୁରୁ କହିଛନ୍ତି। ଏହା ଯଦି ସତ୍ୟ ହୁଏ; ତେବେ ସେହି ସମୟକୁ ସିଦ୍ଧରମୈୟାଙ୍କ ମୁଖ୍ୟମନ୍ତ୍ରିତ୍ବର ପ୍ରଥମ ପାଳି; ଅର୍ଥାତ୍‌ ଅଢ଼େଇ ବର୍ଷ ପୂରଣ ହେବ। ସେତେବେଳେ ସିଦ୍ଧରମୈୟାଙ୍କ ସ୍ଥାନରେ ଶିବକୁମାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। କ୍ଷମତା ଆବଣ୍ଟନକୁ ପ୍ରକାଶ୍ୟରେ ଦଳ ହାଇକମାଣ୍ଡ ମନା କରିଥିଲେ ମଧ୍ୟ ଭିତିରିଆ ଏହି ପ୍ରସ୍ତାବ ରହିଥିବା ସୂଚନା ମିଳିଛି। ଶିବକୁମାର ଭେଲୋରସ୍ଥିତ ଶଙ୍କରନାରାୟଣ ଦ୍ବାରକାନାଥ ଗୁରୁଜୀଙ୍କ ଶିଷ୍ୟ। ତାଙ୍କ ପରାମର୍ଶରେ ସେ ସବୁ ରାଜନୈତିକ ନିଷ୍ପତ୍ତି ନେଇଥାନ୍ତି। ଶିବକୁମାରଙ୍କ ପରିବାର ସୂତ୍ରରୁ ପ୍ରକାଶ ଯେ ଗୁରୁଜୀଙ୍କ ପରାମର୍ଶରେ ସେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ ପାଇଁ ରାଜି ହୋଇଛନ୍ତି। ତାଙ୍କ କୁଣ୍ଡଳୀରେ ଏବେ ରାଜ ଯୋଗ ନାହିଁ ବୋଲି ଗୁରୁଜୀ କହିଛନ୍ତି। ୨୦୨୫ ନଭେମ୍ବର ସୁଦ୍ଧା ତାଙ୍କର ଯୋଗ ଫିଟିବ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢ଼େଇ ନକରି ଧୈର୍ଯ୍ୟର ସହ ଉପଯୁକ୍ତ ସମୟ ଆସିବା ଯାଏ ଅପେକ୍ଷା କରିବାକୁ ଗୁରୁ ପରାମର୍ଶ ଦେଇଛନ୍ତି। ଏହା ଆପେ ଆସିବ ବୋଲି ଗୁରୁ କହିଥିବା ପ୍ରକାଶ। ସୂଚନାନୁଯାୟୀ, ରାମନାରାୟଣ ଚେଲାରାମ କଲେଜର ଛାତ୍ର ଥିଲାବେଳେ ଶିବକୁମାରଙ୍କର ପ୍ରଥମେ ଗୁରୁଜୀଙ୍କ ସହ ସାକ୍ଷାତ ହୋଇଥିଲା। ସେବେଠାରୁ ସେ ତାଙ୍କ ଉପରେ ବିଶ୍ବାସ ରଖିଆସିଛନ୍ତି। ଦ୍ବାରକାନାଥ ଗୁରୁଜୀ ଜଣେ ପ୍ରସିଦ୍ଧ ଜ୍ୟୋତିଷ ବିଶାରଦ ଓ ଆଧ୍ୟାତ୍ମିକ ଗୁରୁ। ରାଜ୍ୟର ଅଧିକାଂଶ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତି ତାଙ୍କର ଶରଣ ନିଅନ୍ତି। ​ଦେବରାଜ ଅର୍ସ, ଏସ୍‌.ଏମ୍‌ କୃଷ୍ଣା, ଧରମ ସିଂହ, ଏଚ୍‌.ଡି କୁମାରସ୍ବାମୀ ପ୍ରମୁଖ ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କର ଭକ୍ତ। ଇନ୍ଦିରା ଗାନ୍ଧୀ ମଧ୍ୟ ତାଙ୍କର ଶରଣ ନେଇଥିଲେ। ମହାରାଷ୍ଟ୍ର ଓ ଗୁଜରାଟର ବହୁ ରାଜନେତା ମଧ୍ୟ ଗୁରୁଜୀଙ୍କ ପରାମର୍ଶ ନେଇଥାନ୍ତି। ଏହାସତ୍ତ୍ବେ ଦ୍ବାରକାନାଥ ମଠ ଅନେକ ସମୟରେ ବିବାଦରେ ଛନ୍ଦି ହୋଇଛି । ଏହି ମଠ ଉପରେ ୨୦୧୭ରେ ଆୟକର ଚଢ଼ଉ ହୋଇଥିଲା।
ଉପମୁଖ୍ୟମନ୍ତ୍ରୀ ହେବାକୁ ସମ୍ମତି ପ୍ରକାଶ ପରେ ଶିବକୁମାର କହିଛନ୍ତି ଯେ ତାଙ୍କ ଉପରେ ଏଣିକି ଅଧିକ ଦାୟିତ୍ବ ପଡ଼ିଛି। ସେ ଦଳର ବୃହତ୍ତର ସ୍ବାର୍ଥ ପାଇଁ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଛନ୍ତି। ରାଜ୍ୟ ପାଇଁ ଦଳର ଅନେକ କିଛି କରିବାର ଅଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories