ହିମାଚଳପ୍ରଦେଶ: ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

ଶିମଳା : ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏଥିସହ ମାଟିତଳେ ୪୦ରୁ ଊର୍ଦ୍ଧ୍ବ ଲୋକ ଫଶି ରହିଥିବା ଜଣାପଡ଼ିଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଅନୁସାରେ, ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାଜ୍ୟରେ ୭୫୨ଟି ରାସ୍ତା ବନ୍ଦ ରହିଛି। ଭୂସ୍ଖଳନ ଯୋଗୁଁ ୩ ମହଲା ବିଶିଷ୍ଟ କଲେଜ ବିଲ୍ଡିଂ ଭୁଶୁଡି ପଡିଛି। ତ୍ୱରିତ ସହାୟତା ଯୋଗାଇବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଖବର ପାଇବା ମାତ୍ରେ ଏନଡିଆରଏଫ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comments are closed.