www.samajalive.in
Tuesday, December 9, 2025
23.1 C
Bhubaneswar

ଏସବିଆଇ ସମୂହ ଶକ୍ତି ଏସଏଚଜି ମେଳା: ୫୦୩ ଗୋଷ୍ଠୀଙ୍କୁ ୧୫.୨କୋଟିର ଋଣ ପ୍ରଦାନ

ବାଳକାଟି/ପିପିଲି: ମହିଳା ସଶକ୍ତିକରଣ ପାଇଁ ଏସଏଚଜି ଗ୍ରୁପମାନଙ୍କୁ ଋଣ ପ୍ରଦାନ ପାଇଁ ଗୋଟିଏ ପାଦ ଆଗକୁ ଆସିଛି ଭାରତୀୟ ଷ୍ଟେଟବ୍ୟାଙ୍କ। ଭାରତୀୟ ଷ୍ଟେଟବ୍ୟାଙ୍କ(ଏସବିଆଇ)ର ପୁରୀ ଓ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ବାଳକାଟିରେ ଏକ ମେଗା ଏସଏଚଜି ମେଳା ଅନୁଷ୍ଠିତ ହୋଇଛି। ଏହି ସମୂହ ଶକ୍ତି ଏସଏଚଜି ମେଳାକୁ ଏସବିଆଇର ଭୁବନେଶ୍ୱର ମଣ୍ଡଳ ମହାପ୍ରବନ୍ଧକ(ନେଟୱର୍କ-୧) ପୁନାବାଲାମ ଏମ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‍ଘାଟନ କରିଥିଲେ।
ଏସଏଚଜି ମହିଳା ଗୋଷ୍ଠୀ ସଦସ୍ୟାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କର ଆତ୍ମନିର୍ଭରଶୀଳତା ବୃଦ୍ଧି ନିମନ୍ତେ ବ୍ୟାଙ୍କ ସର୍ବଦା ପସ୍ତୁତ ରହିଛି। ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଲେ ସେମାନଙ୍କ ଜୀବିକାରେ ଉନ୍ନତି ଆସିପାରିବ ତଥା ଗ୍ରାମାଞ୍ଚଳରେ ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ। ଏହା ସହ ଦେଶର ପ୍ରଗତି ହୋଇପାରିବ ବୋଲି ମୁଖ୍ୟଅତିଥି ପୁନାବାଲାମ ଏମ୍‍ କହିଥିଲେ। ଏହି ମେଳାରେ ୫୦୩ ଏସ୍‍ଏଚଜିଙ୍କୁ ୧୫.୨କୋଟିର ଋଣ ପ୍ରଦାନ କରାଯାଇଥିଲା। ବ୍ୟାଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏହି ମେଳାରେ ଏସବିଆଇର ଉପମହାପ୍ରବନ୍ଧକ(ଜୋନ.୧) ସଂଜୟ କୁମାର ଝା, ଉପମହାପ୍ରବନ୍ଧକ(କୃଷି ବ୍ୟବସାୟ) ଧ୍ରୁବଚରଣ ବଳ, କ୍ଷେତ୍ରୀୟ ପ୍ରବନ୍ଧକ ପତିତପାବନ ପରିଡ଼ା, ଓଡ଼ିଶା ଜୀବିକା ମିଶନ ପ୍ରକଳ୍ପ ଉପପରିଚାଳକ-ବିବେକ ସଂଜନ ବେହୁରିଆ, ବାଲିପାଟଣା ବିଡିଓ ନାରାୟଣ ନାୟକ ପ୍ରମୁଖ ଅଧିକାରୀମାନେ ଯୋଗଦେଇ ଏହି ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଏସ୍‍ବିଆଇ ସର୍ବଦା ପ୍ରସ୍ତୁତ ରହିବା ସହ ସହଯୋଗ ଯୋଗାଇଦେବାର ପ୍ରତିଶୃତିବଦ୍ଧ ବୋଲି ସଭାରେ ଉପସ୍ଥିତ ଶାଖା ପରିଚାଳକମାନେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏସ୍‍ବିଆଇର ବ୍ୟବସାୟ ଉନ୍ନତିକରଣ ବିଭାଗ ଚିଫ୍‍ ମ୍ୟାନେଜର ହେମନ୍ତ କୁମାର ସାହା, ପିପିଲି ଶାଖାର ଚିଫ୍‍ ମ୍ୟାନେଜର ଲୋହିତ ନନ୍ଦ, ଏସ୍‍ବିଆର ଆରଏସିସି ପିପିଲି ଶାଖା ଚିଫ୍‍ ମ୍ୟାନେଜର ଦିବାକର ନନ୍ଦୀ, କିଟ୍‍ ଛକ ଶାଖା ମୁଖ୍ୟ ପରିଚାଳକ ଶୁଭେନ୍ଦୁ ଆଚାର୍ଯ୍ୟ, ବାଳକାଟି ଶାଖା ପରିଚାଳକ ତାଇରାସ୍‍ ଟପ୍ପୋଙ୍କ ସମେତ ବାଲିପାଟଣା, ନରଦା ଶାଖାର ପରିଚାଳକମାନେ ଉପସ୍ଥିତ ଥିଲେ।

- Advertisement -

 

 

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories