ସ୍ବାମ ପାଟଣା ମହାବିଦ୍ୟାଳୟ ସମେତ ୨୦ଟି ବାତ୍ୟା ଆଶ୍ରୟସ୍ଥଳୀ କଲା ପାଟଣା ବ୍ଲକ ପ୍ରଶାସନ

ପାଟଣା : ସାମୁଦ୍ରିକ ବାତ୍ୟା ୟାସର ପ୍ରଭାବରେ କେନ୍ଦୁଝର ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ଥିବାରୁ ଆଜି ପାଟଣା ବ୍ଲକ ପ୍ରଶାସନ ସମସ୍ତ ପ୍ରସ୍ତୁତି ଚୁଡାନ୍ତ କରିଛି । ପ୍ରଭାବିତ ଆଶଙ୍କା ଥିବା ଘର ଗୁଡ଼ିକୁ ଚିହ୍ନଟ କରିଛି । ଏହା ସହ ପ୍ରଭାବିତ ଲୋକ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ରଖିବାପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିପରି ଅନ୍ୟ ୧୯ ପଞ୍ଚାୟତ ମୁଖ୍ୟାଳୟରେ ଥିବା ବିଦ୍ୟାଳୟକୁ ପଞ୍ଚାୟତ ସ୍ତରୀୟ ଆଶ୍ରୟସ୍ଥଳୀ କରାଯାଇଛି। ପାଟଣା ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପଣ୍ଡା, ବଡ଼ ପାଟଣା ସରପଞ୍ଚ ଚନ୍ଦ୍ରଶେଖର ନାଏକ ମହାବିଦ୍ୟାଳୟରେ ପହଞ୍ଚି ସମସ୍ତ ବ୍ୟବସ୍ଥାକୁ ତଦାରଖ କରିଛନ୍ତି । କଚ୍ଚା ଘରେ, ଦୁର୍ବଳ ଘରେ ରହୁଥିବା ଲୋକମାନେ ଏହି ବାତ୍ୟା ଆଶ୍ରୟସ୍ଥଳୀରେ ରହି ପାରିବା ନେଇ ପ୍ରସ୍ତୁତି ଶେଷ ହୋଇଛି ।

Comments are closed.