nua o banner

ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଶେଖ ହସିନା

BJD Bijuli 480×75 Mob

ଡେସ୍କ: ବାଙ୍ଗଲାଦେଶର ଆୱାମି ଲିଗ୍ ଅଧ୍ୟକ୍ଷା ଶେଖ ହସିନା କ୍ରମାଗତ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆସନ୍ତା ଗୁରୁବାର ଦିନ ସେ ଶପଥ ଗ୍ରହଣ କରିବେ। ଅନ୍ୟ କ୍ୟାବିନେଟ ସଦସ୍ୟମାନେ ମଧ୍ୟ ସେହି ଦିନ ଏକ ସମାରୋହରେ ଶପଥ ଗ୍ରହଣ କରିବେ।

ପ୍ରଶ୍ନପତ୍ର ପ୍ରଘଟ ମାମଲା, ୧୨ଟି ସ୍ଥାନରେ ସିବିଆଇ ଚଢ଼ାଉ

ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ ସହକର୍ମୀମାନଙ୍କୁ ଶପଥ ପାଠ କରାଇବେ। ଦ୍ୱାଦଶ ସଂସଦର ନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ ବୁଧବାର ଅନୁଷ୍ଠିତ ହେବ।

ଇତି ମଧ୍ୟରେ ବାଂଲାଦେଶ ନିର୍ବାଚନ ଆୟୋଗ ଦ୍ୱାଦଶ ଜାତୀୟ ନିର୍ବାଚନର ଫଳାଫଳ ଉପରେ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛି ଯେଉଁଥିରେ ୨୯୮ ଜଣ ନୂତନ ନିର୍ବାଚିତ ସାଂସଦଙ୍କ ବିବରଣୀ ରହିଛି। ଆୱାମୀ ଲିଗ୍ ନେତୃତ୍ୱାଧୀନ ମିଳିତ ମଞ୍ଚ ୨୨୫ଟି ଆସନ ସହିତ ବିପୁଳ ବିଜୟ ହାସଲ କରିଛି। କେବଳ ଆୱାମୀ ଲିଗ୍ ୨୨୨ଟି ଆସନ ପାଇଛି।

ବିଭ୍ରାନ୍ତିକର ବିଜ୍ଞାପନ ଦେଲେ ଫସିବେ କୋଚିଂ ସେଣ୍ଟର

Comments are closed.