ପ୍ରଶ୍ନପତ୍ର ପ୍ରଘଟ ମାମଲା, ୧୨ଟି ସ୍ଥାନରେ ସିବିଆଇ ଚଢ଼ାଉ

ଡେସ୍କ: ରେଳବାଇ ନିଯୁକ୍ତି କେନ୍ଦ୍ରର ସାଧାରଣ ବିଭାଗୀୟ ପ୍ରତିଯୋଗୀତା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ-ସିବିଆଇ ପ୍ରାୟ ବାରଟି ସ୍ଥାନରେ ଆଜି ଚଢ଼ାଉ କରିଛି। ଗୁଜୁରାଟର ସୁରଟ, ଆମ୍ରେଲି, ନାବସାରୀ, ମହାରାଷ୍ଟ୍ରର ମୁମ୍ବାଇ ଏବଂ ବିହାରର ବକ୍ସରରେ ଏକକାଳୀନ ଏହି ଚଢ଼ାଉ କରାଯାଇଥିଲା।

ବିଭ୍ରାନ୍ତିକର ବିଜ୍ଞାପନ ଦେଲେ ଫସିବେ କୋଚିଂ ସେଣ୍ଟର

ଏହି ମାମଲାରେ ପଶ୍ଚିମ ରେଳବାଇର ଅଭିଯୋଗ ପରେ, କିଛି ରେଳ ଅଧିକାରୀ ଏବଂ ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁଯାୟୀ, କିଛି ପ୍ରାର୍ଥୀ ହ୍ୱାଟ୍ସ ଆପ୍ ମେସେଜ୍ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରଦାନ କରିଥିଲେ ଏବଂ କିଛି ପ୍ରାର୍ଥୀଙ୍କୁ ସାମୁହିକ ମାଧ୍ୟମରେ ପ୍ରଶ୍ନପତ୍ର ଦେଖାଯାଇଥିଲା।

Comments are closed.