www.samajalive.in
Tuesday, December 9, 2025
16.1 C
Bhubaneswar

ଭୁଶୁଡ଼ିଲା ଶେୟାରବଜାର, ୧୧ ଲକ୍ଷ କୋଟି ହରାଇଲେ ନିବେଶକ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଏହାର ଗଭୀର ପ୍ରଭାବ ପଡ଼ିଛି ଭାରତୀୟ ଶେୟାର ବଜାର ଉପରେ। ଲଗାତାର ୩ୟ ଦିନ ପାଇଁ ଶେୟାର ବଜାର ନିମ୍ନମୂଖୀ ହୋଇଛି। ଗୁରୁବାର ବଜାର ଏକପ୍ରକାର ଭୁଶୁଡ଼ି ପଡ଼ିଛି। ଭାରତୀୟ ଶେୟାର ବଜାରର ପ୍ରମୁଖ ସୂଚକାଙ୍କ ସେନସେକ୍‌ସ, ନିଫ୍ଟି ୫୦ ଏବଂ ବ୍ୟାଙ୍କନିଫ୍ଟିରେ ବଡ଼ ଧରଣର ହ୍ରାସ ଘଟିଛି। ଯାହାଫଳରେ ନିବେଶକଙ୍କୁ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡ଼ିଛି।

ଗୁରୁବାର ପ୍ରମୁଖ ସୂଚକାଙ୍କା ସେନ୍‌ସେକ୍‌ସ ୧୭୭୦ ପଏଣ୍ଟ ଖସିଆସି ୮୨୪୯୭ ପଏଣ୍ଟରେ ପହଞ୍ଚିଛି। ସେହିପରି ନିଫ୍ଟି ୫୦ ପ୍ରାୟ ୫୪୬ ପଏଣ୍ଟ ହ୍ରାସ ପାଇ ୨୫୨୫୦ ଏବଂ ବ୍ୟାଙ୍କ ନିଫ୍ଟି ୧୦୭୭ ପଏଣ୍ଟ ହ୍ରାସ ପାଇ ୫୧୮୪୫ରେ ପହଞ୍ଚିଛି।

- Advertisement -

ତେବେ ୫ଟି କାରଣ ଯୋଗୁ ଶେୟାର ବଜାରରେ ଏଭଳି ହ୍ରାସ ଦେଖିବାକୁ ମିଳିଥିବା ଅର୍ଥନୈତିକ ବିଶ୍ଳେଷକମାନେ କହିଛନ୍ତି। ଇରାନ-ଇସ୍ରାଏଲ ବିବାଦ, ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ(ସେବି)ର ନୂଆ ନିୟମ, ବିଦେଶୀ ନିବେଶକଙ୍କ ଅଂଶଧନ ବିକ୍ରି, ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବୈଶ୍ଵିକ ବଜାରରେ ମାନ୍ଦାବସ୍ଥା ଆଦି କାରଣ ଯୋଗୁ ଯୋଗୁ ଭାରତୀୟ ବଜାର ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିବା କୁହାଯାଇଛି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories