www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ବଲପୁର ସହରରେ ଶାନ୍ତି ଓ ମୈତ୍ରୀ ସ୍ଥାପନ ପାଇଁ ଶାନ୍ତି ଶୋଭାଯାତ୍ରା

ସମ୍ବଲପୁର : ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଉତ୍ସବ ଅବସରରେ ହୋଇଥିବା ହିଂସାକାଣ୍ଡ ଓ ତତ୍‌ଜନିତ ପୋଡାଜଳା ଘଟଣା ପରେ ସ୍ଥିତି ସଙ୍ଗୀନ ହେବାରୁ ୭ ଦିନ ହେବ କର୍ଫ୍ୟୁ ଲାଗିବା ସହିତ ଇଣ୍ଟରନେଟ ସେବା ଉପରେ କଟକଣା ଜାରି କରାଯାଇଛି । ତେବେ ପ୍ରଶାସନ ସହିତ ବିଭିନ୍ନ ପକ୍ଷରୁ ସହରରେ ଶାନ୍ତି ଓ ମୈତ୍ରୀ ସ୍ଥାପନ ନିମନ୍ତେ ବ୍ୟାପକ ଉଦ୍ୟମ ଜାରି ରହିଥିବା ବେଳେ ଏବେ ଧିରେ ଧିରେ ଅଶାନ୍ତ ବାତାବାରଣରୁ ଲୋକେ ମୁକ୍ତ ହୋଇ ସାମାନ୍ୟ ଜୀବନଯାପନ ଆଡ଼କୁ ମୁହାଁଉଥିବା ଦେଖାଯାଉଛି। ସହରରେ ଶାନ୍ତି ସ୍ଥାପନ ନିମନ୍ତେ ପ୍ରଶାସନ ପକ୍ଷରୁ ଗତକାଲି ସଦଭାବନା ସହାୟତା ନମ୍ବର ଜାରି କରାଯାଇଥିବା ବେଳେ ଶୁକ୍ରବାର ଶାନ୍ତି ଶୋଭାଯାତ୍ରା କରାଯାଇଛି। ସମ୍ବଲପୁରର କ୍ଷେତରାଜପୁର ସ୍ଥିତ ଅଗ୍ରସେନ ଭବନଠାରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବ୍ରାହ୍ମଣ ସମାଜ, ମାରୱାଡି ଯୁବା ମଞ୍ଚ, ମହିଳା ସମିତି, ବଡବଜାର ଏକତା ଗ୍ରୁପ, ସମ୍ବଳ, ବଡବଜାର ମହରମ କମିଟି ସମେତ ଅନ୍ୟ ସଙ୍ଗଠନର ସଦସ୍ୟମାନେ ମିଳିତ ଭାବରେ ଏକତା ଓ ଶାନ୍ତି ମୈତ୍ରୀର ବାର୍ତ୍ତା ଦେବା ପାଇଁ ଏକତ୍ରିତ ହୋଇଥିଲେ। ଏଥି ସହିତ ଏକ ଶାନ୍ତି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶାନ୍ତି ଶୋଭାଯାତ୍ରାର ଅଗ୍ରସେନ ଭବନରୁ ବାହାରି ବଡବଜାର ଅଞ୍ଚଳ ସମେତ ଆଖପାଖର ଅଞ୍ଚଳରେ ନଗର ପରିକ୍ରମା କରିଥିଲା ଏବଂ ଦୋକାନୀମାନଙ୍କୁ ପୁଲିସ ଉପସ୍ଥିତିରେ ଗୋଲାପ ଫୁଲ ପ୍ରଦାନ କରାଯାଇ ଏକତାର ବାର୍ତ୍ତା ଦିଆଯାଇଥିଲା। କ୍ଷେତରାଜପୁର ପୁଲିସ ଥାନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିମାନେ ପରସ୍ପରକୁ ଆଲିଙ୍ଗନ, ହାତ ମିଳାଇ ଓ ଫୁଲ ଦେଇ ଶାନ୍ତି ବଜାୟ ରଖିବା ପାଇଁ ବାର୍ତ୍ତା ଦେଇଥିଲେ। ସହରରେ ଯଥାଶୀଘ୍ର ଶାନ୍ତି ଓ ସ୍ୱାଭାବିକ ପରିସ୍ଥିତ ଫେରାଇ ଆଣିବାକୁ ଉଦ୍ୟମ ହେଉଥିବା ବେଳେ ଏଭଳି ପ୍ରୟାସକୁ ସ୍ୱାଗତ କରାଯିବା ସହିତ ଅନେକ ପୂର୍ବରୁ ଏଭଳି ଉଦ୍ୟମର ଆବଶ୍ୟକତା ଥିଲା ବୋଲି ସବୁ ମହଲରୁ ମତ ପ୍ରକାଶ ପାଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories