www.samajalive.in
Sunday, December 7, 2025
18.1 C
Bhubaneswar

ଆଇପିଏଲ୍‌ରୁ ସାକିବ୍‌ଙ୍କୁ ସ୍ବଦେଶ ଡକରା

ଢାକା : ବିଶ୍ବକପ୍ ଲାଗି ପ୍ରସ୍ତୁତହେବା ପାଇଁ ତାରକା ଅଲ୍‌ରାଉଣ୍ଡର ସାକିବ୍ ଅଲ୍‌ ହାସନ୍‌ଙ୍କୁ ଆଇପିଏଲ୍ ଛାଡ଼ି ସ୍ବଦେଶ ଫେରିଆସିବା ଲାଗି ବାଂଲାଦେଶ କ୍ରିକେଟ ବୋର୍ଡ ନିର୍ଦେଶ ଦେଇଛି। ଆସନ୍ତା ସପ୍ତାହରେ ଢାକାରେ ବାଂଲାଦେଶ କ୍ରିକେଟ ଦଳର ଶିବିର ଆରମ୍ଭହେବ। ଏହି ଶିବିରରେ ଯୋଗଦେବା ଲାଗି ସାକିବ୍‌ଙ୍କୁ ତାଙ୍କ କ୍ରିକେଟ ବୋର୍ଡ ନିର୍ଦେଶ ଦେଇଛି। ସାକିବ୍ ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦରାବାଦ ପାଇଁ ଖେଳୁଛନ୍ତି। ଚଳିତ ସିଜିନ୍‌ରେ ସାକିବ୍‌ଙ୍କୁ ମାତ୍ର ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଛି। ତାଙ୍କ ପୂର୍ବତନ ଫ୍ରାଞ୍ଚାଇଜି କଲକାତା ନାଇଟ ରାଇଡର୍ସ (କେକେଆର୍) ବିପକ୍ଷରେ ଏହି ମ୍ୟାଚ୍ ଖେଳି ସାକିବ୍ ୪୨ ରନ୍‌ଦେଇ ଗୋଟିଏ ୱିକେଟ ନେଇଥିଲେ। ଗତ ଜାନୁୟାରୀରେ ବାଂଲାଦେଶ ପ୍ରିମିୟର ଲିଗ୍ ଖେଳୁଥିବା ବେଳେ ଆହତ ହେବା ପରଠାରୁ ଏହା ସାକିବ୍‌ଙ୍କ ପ୍ରଥମ ମ୍ୟାଚ୍ ଥିଲା। ଆଇପିଏଲ୍‌ରେ ତାଙ୍କୁ ନିୟମିତ ମ୍ୟାଚ୍ ଖେଳିବାକୁ ନ ମିଳିବାରୁ ନିକଟରେ ସାକିବ୍ ତାଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ ମହମ୍ମଦ ସଲାହୁଦ୍ଦିନ୍‌ଙ୍କୁ ଭାରତ ଡାକି ବିଶ୍ବକପ୍ ଲାଗି ପ୍ରସ୍ତୁତ ହେଉଛନ୍ତି। ବାଂଲାଦେଶ ଆୟରଲାଣ୍ଡରେ ମେ’ ୫ରୁ ୧୭ ପର୍ଯ୍ୟନ୍ତ ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଖେଳିବ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories