www.samajalive.in
Monday, December 15, 2025
26.1 C
Bhubaneswar

ହସ୍ପିଟାଲରେ କେମିତି ଅଛନ୍ତି ଶାହରୁଖ; ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲେ ଜୁହି

ଅହମ୍ମଦାବାଦ: ବଲିଉଡ କିଙ୍ଗ ଖାନ ଶାହରୁଖ ଖାନକୁ ନେଇ ଚିନ୍ତାରେ ଫ୍ୟାନ୍ସ । ଶାହରୁଖ ଅହମ୍ମଦାବାଦ କେଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶରୀରରେ ଜଳୀୟ ଅଂଶ କମିବାରୁ ପ୍ରବଳ ଗରମ ପାଇଁ ଅସୁସ୍ଥ ହୋଇପଡିଥିଲେ ଶାହରୁଖ । ହସ୍ପିଟାଲରେ ଭର୍ତ୍ତି ହେବା ପରେ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅନେକ ଷ୍ଟାର ପଚାରି ବୁଝିଛନ୍ତି । ଅଭିନେତ୍ରୀ ଜୁହି ଚାୱଲା ହସ୍ପିଟାଲରେ ଶାହରୁଖଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିଥିଲେ । ମିଡିଆକୁ ସୂଚନା ଦେଇ ଜୁହି କହିଛନ୍ତି ଶାହରୁଖ ଏବେ ସୁସ୍ଥ ଅଛନ୍ତି । ଭଗବାନଙ୍କ ଆଶୀର୍ବାଦରୁ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡିସଚାର୍ଜ ହେବେ । ଆଇପିଏଲ ଫାଇନାଲରେ ଶାହରୁଖ ଉପସ୍ଥିତ ରହି ନିଜ ଟିମକୁ ଚିଅରଅଫ୍‍ କରିବେ । ମିଳିଥିବା ସୂଚନା ଅନୁସାରେ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି କିଙ୍ଗ ଖାନ ଶାହରୁଖ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories