ଗଞ୍ଜାମ: କୂଅ ସଫାବେଳେ ଅଘଟଣ। ଅଣନିଶ୍ଵାସୀ ହୋଇ ଚାଲିଗଲା ଜୀବନ। କୂଅରୁ ମାଟି, ପଙ୍କ କାଢିବାକୁ ଯାଇଥିଲେ ଦୁଇ ଜଣ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବ୍ୟକ୍ତିଙ୍କର ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗଣିଆନାଳରେ ଏଭଳି ଘଟଣା ଘଟିଛି। ଆଜି ସକାଳୁ ଦୁଇ ଜଣ ଶ୍ରମିକ କୂଅ ଭିତରେ ପଶି ମାଟି, ପଙ୍କ ବାହାର କରୁଥିଲେ। ଏତିକିବେଳେ ସେମାନେ ଅଣନିଶ୍ଵାସୀ ହୋଇପଡିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବ୍ୟକ୍ତି ବି ଅଣନିଶ୍ଵାସୀ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ଅଗ୍ନିଶମ ବାହିନୀ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ନରଣପୁର ଗାଁର ଦିବାକର ସାହୁ ବୋଲି ଜଣାପଡିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Popular Categories



