www.samajalive.in
Monday, December 15, 2025
16.1 C
Bhubaneswar

ଶେଷ ହେଉନି ସ୍ୱେରେଜ ଦୁଃଖ, ଚୋରାରେ ସଂଯୋଗ ଆରମ୍ଭ !

ସମ୍ବଲପୁର :  ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଚାଲିଥିବା ସ୍ୱେରେଜ କାର୍ଯ୍ୟ ପାଇଁ ଲୋକ ଭୋଗ କରୁଥିବା ଦୁଃଖ ଓ ଅସୁବିଧା ଶେଷ ହେବାର ନାମ ନେଉ ନାହିଁ। ଦୀର୍ଘ ବର୍ଷ ଧରି ଚାଲିଥିବା ସ୍ୱେରେଜ ପ୍ରକଳ୍ପ ପାଇଁ କେବଳ ତୁହାକୁ ତୁହା ଗାତ ଖୋଳା ଯାଉଥିବା ବେଳେ କାର୍ଯ୍ୟରେ କୌଣସି ଅଗ୍ରଗତି ହେଉ ନ ଥିବାରୁ ସହରର ରାସ୍ତାଘାଟ ଗୁଡିକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡି ରହିଛି । ଯୋଜନା ବିହୀନ କାର୍ଯ୍ୟ ଚାଲିଥିବାରୁ ଗୋଟିଏ ସ୍ଥାନରେ କାର୍ଯ୍ୟ ସମ୍ପୁର୍ଣ୍ଣ ନ ହେଉଣୁ ଅନ୍ୟ ସ୍ଥାନ ଗୁଡିକରେ ଗର୍ତ୍ତ ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଯାଉଛି । ଏଣୁ ଲୋକେ କେବଳ ଅସୁବିଧା ଭୋଗିବା ଛଡା ଅନ୍ୟ କୌଣସି ସୁବିଧା ହୋଇ ପାରୁ ନାହିଁ । ଏହା ଫଳରେ ସହର ଧୂଳିମୟ ହୋଇ ପରିବେଶ ଦୂଷିତ ହେଉଥିବା ବେଳେ ଅନେକ କ୍ଷେତ୍ରରେ ରାସ୍ତା ଗୁଡିକ ମାସାଧିକ କାଳ ଅବରୋଧ ହୋଇ ରହୁଛି । ଗୋଟିଏ ପଟରେ କାର୍ଯ୍ୟ ଅସମ୍ପୁର୍ଣ୍ଣ ହୋଇ ସହରର ବିଭିନ୍ନ ସ୍ଥାନରେ ରହିଥିବା ବେଳେ କେତେକ ସ୍ଥାନରେ ଚୋରାରେ ଲୋକେ ନାଳ ନର୍ଦ୍ଦମା ପାଣି ଛାଡିବା ନିମନ୍ତେ ସ୍ୱେରେଜ ପାଇପ ଲାଇନ ସଂଯୋଗ ମଧ୍ୟ ନେଇ ସାରିଲେଣି । ଅଥଚ ଏହି ସଂଯୋଗ ଗୁଡିକ ଆଇନ ସମ୍ମତ କି ବେଆଇନ ସେ ସର୍ମ୍ପକରେ ଅଧିକାରୀ କିମ୍ବା ଠିକା ସଂସ୍ଥା କାହାରିକୁ ଜଣା ନାହିଁ । ସ୍ୱେରେଜ କାର୍ଯ୍ୟ କରୁଥିବା ଠିକା ସଂସ୍ଥା କାହାର ଛତ୍ରଛାୟା ତଳେ ରହି କାର୍ଯ୍ୟ କରୁଛି ଏବେ ତଦନ୍ତ ସାପେକ୍ଷ ହୋଇଥିବା ବେଳେ ବାରମ୍ବାର ଆନ୍ଦୋଳନ ଓ ଅଭିଯୋଗ ସତ୍ୱେ ବିଭାଗୀୟ ଅଧିକାରୀ ମାନେ କାହିଁକି ସମ୍ପୁର୍ଣ୍ଣ ଅସହାୟ ହୋଇ ରହିଛନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଯଦି କାର୍ଯ୍ୟ କରିବା ସମୟରେ ଏଭଳି ସ୍ଥିତି ତାହା ହେଲେ ପ୍ରକଳ୍ପ ଚାଲୁ ହେବା ପରେ କଣ ସ୍ଥିତ ହେବ, ତାହା ସହଜେ ଅନୁମେୟ

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories