ଆର୍ଥିକ ବର୍ଷର ପ୍ରଥମ ଦିନରେ ରେକର୍ଡ ସ୍ତରରେ ସେନ୍‌ସେକ୍ସ; ୩୯୦୦୦ ପଏଣ୍ଟ ଟପିଲା

0

ମୁମ୍ବଇ: ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନରେ ଅର୍ଥାତ ଏପ୍ରିଲ ପହିଲାରେ ସେନ୍‌ସେକ୍ସ ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ଶୁକ୍ରବାର ସେନସେକ୍ସ ୩୮୬୭୨.୯୧ ପଏଣ୍ଟରେ ବନ୍ଦ ହୋଇଥିଲା। ସୋମବାର କାରବାର ଆରମ୍ଭ ହେବା ପରେ ଏହା ୩୩୦ ପଏଣ୍ଟ ବୃଦ୍ଧି ପାଇ ୩୯୦୦୦ ପଏଣ୍ଟ ଅତିକ୍ରମ କରିବା ସହ ୩୯୦୨୮. ୬୭ ପଏଣ୍ଟରେ ପହଞ୍ଚିଛି।

ବିଶେଷକରି ମେଟାଲ, ଯାନବାହନ ଏବଂ ଅର୍ଥନୈତିକ ଷ୍ଟକ୍‌ କାରବାରରେ ବୃଦ୍ଧି ଯୋଗୁ ସେନସେକ୍ସରେ ବୃଦ୍ଧି ଘଟିଛି। ଗତବର୍ଷ ଅଗଷ୍ଟରେ ସେନସେକ୍ସ ୩୮୯୮୯ ପଏଣ୍ଟ ଛୁଇଁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସୋମବାର ସେନସେକ୍ସ ଚାର୍ଟରେ ବେଦାନ୍ତ, ଟାଟା ଷ୍ଟିଲ, ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଆଇସିଆଇସିଆଇ ବ୍ୟାଙ୍କ ସବୁଠାରୁ ଆଗରେ ରହିଛନ୍ତି।

ସେହିପରି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜରେ ନିଫ୍‌ଟି ଗତବର୍ଷ ସେପ୍ଟେମ୍ବର ୩ ପରେ ସୋମବାର ପ୍ରଥମ ଥର ପାଇଁ ୧୧୭୦୦ ପଏଣ୍ଟ ଅତିକ୍ରମ କରି ୧୧୭୧୫.୬୫ ପଏଣ୍ଟରେ ପହଞ୍ଚିଛି।

Leave A Reply