ସମାଜ ଡିଜିଟାଲ ଡେସ୍କ: ପ୍ରଥମେ ଦଳ ତାଙ୍କୁ ନିଲମ୍ବିତ କରିଲା, ଆଉ ପରେ ସେ ଦଳରୁ ଇସ୍ତଫା ଦେଲେ । ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ନିଲମ୍ବିତ କରାଯିବା ପରେ ସେ ଦଳରୁ ଆଜି ଇସ୍ତଫା ଦେଇଛନ୍ତି । ନିଲମ୍ବିତ ହେବା ପରେ ପ୍ରପୁଲ୍ଲ କହିଛନ୍ତି ଯେ ମୁଁ ବିଜୁ ଜନତା ଦଳରେ ବହୁ ଦିନ ହେଲା କାର୍ଯ୍ୟ କରୁଥିଲି । ଦଳରୁ ବିଧାୟକ ହେବା ସହ ମନ୍ତ୍ରୀ ହୋଇଥିଲି, ମୋତେ କାମ କରିବାକୁ ସୁଯୋଗ ଦେଇଥିବାରୁ ସେଥିପାଇଁ ମୋ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଅନେକ ଅନେକ କୃତଜ୍ଞତା ଜଣାଉଛି । କିନ୍ତୁ ବ୍ୟକ୍ତିଗତ କାରଣରୁ ଆଜି ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି । ଆଗକୁ ଚାଷୀ ଓ ଶ୍ରମିକଙ୍କ ପାଇଁ ସ୍ୱେଚ୍ଛାସେବୀ ଭାବେ କାମ କରିବେ ବୋଲି କହିଛନ୍ତିି ଫ୍ରଫୁଲ୍ଲ ।
Popular Categories



