ଢ଼େଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ବୈଠକ

କାମାକ୍ଷାନଗର : ଢ଼େଙ୍କାନାଳ ଜିଲ୍ଲାର ବରିଷ୍ଠ ନାଗରିକ ପରିଷଦର ବୈଠକ ରବିବାର ପିପାର ସମ୍ମିଳନୀ କକ୍ଷରେ ରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଶ୍ରୀ ଦୁର୍ଗାଚରଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ସମ୍ପାଦକ  ଇଞ୍ଜିନିୟର ଗୁଣଧର ମିଶ୍ର ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ହରେକୃଷ୍ଣ କର ପରିଷଦକୁ କ୍ରିୟାଶୀଳ କରିବା ନିମନ୍ତେ କେତେକ ଉପାଦେୟ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ଉପସଭାପତି ଶଶାଙ୍କ ଶେଖର ରଥ, ଅକ୍ଷୟ କୁମାର ସାହୁ, ଯୋଗିନାଥ ମହାନ୍ତି, ପ୍ରମୋଦ ପ୍ରସାଦ ନନ୍ଦ, ବାହାଦୁର ପାଟଶାଣି, ଡକ୍ଟର ସୁସନ୍ଧ୍ୟା ମହାନ୍ତିଙ୍କ ଉପସ୍ଥିିତ ସମସ୍ତ ସଦସ୍ୟ ସମର୍ଥନ କରିବା ସହିତ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟାଳୟ ଗୃହର ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ନିମନ୍ତେ ଘୋଷଣା କରାଯାଇଥିଲା। ଅନେକ ଉପଦେୟ ପ୍ରସ୍ତାବ ଉପରେ ଆଲୋଚନା ହୋଇ କାର୍ଯ୍ୟକାରୀ କରିବା ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା।
ଏହି ଆଲୋଚନା ଚକ୍ରରେ କାର୍ଯ୍ୟକର୍ତ୍ତା ଦିବାକର ନାୟକ,ଥ ସେଠୀ, ଶ୍ୟାସୁନ୍ଦରପୁର ତ୍ରିପାଠୀ,  ସୁବାସ ଶତପତି, କୈଳାଶ ଖଟୁଆ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଅମ୍ବିକା ବରାଳ ଧନ୍ୟବାଦ ପ୍ରଦାନ କରିଥିଲେ।

kalyan agarbati

Comments are closed.